ଗିରଫ ହୋଇପାରନ୍ତି ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଶହବାଜ ଶରିଫ

ଇସଲାମାବାଦ,୫ ।୬: ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଶହବାଜ ଶରିଫ ଓ ତାଙ୍କ ପୁଅ ତଥା ପଞ୍ଜାବର ମୁଖ୍ୟମନ୍ତ୍ରୀ ହମଜା ଶହବାଜଙ୍କ ମୁଣ୍ଡରେ ଝୁଲୁଛି ଗିରଫ ହେବାର ଖଣ୍ଡା । ପାକିସ୍ତାନର ସଂଘିୟ ଯାଞ୍ଚ ଏଜେନ୍ସି(ଏଫଏଆଇ) ମନି ଲଣ୍ଡରିଂ ମାମଲାରେ ଏମାନଙ୍କ ନାଁରେ ଏଫଆଇଆର ଦାଖଲ କରିଛି । ୧୪ ଅରବ ମନି ଲଣ୍ଡରିଂ ମାମଲାରେ ଯେ କୌଣସି ମୁହୂର୍ତ୍ତରେ ପ୍ରଧାନମନ୍ତ୍ରୀ ଶହବାଜ ଶରିଫ ଓ ତାଙ୍କ ପୁଅଙ୍କୁ ଗିରଫ କରାଯାଇପାରେ ।
ଏଫଏଆଇ ମନି ଲଣ୍ଡରିଂ ମାମଲାରେ ଆଗକୁ ଯାଞ୍ଚ କରିବା ଲାଗି ପ୍ରଧାନମନ୍ତ୍ରୀ ଶହବାଜ ଶରିଫ ଓ ତାଙ୍କ ପୁଅ ହମଜା ଶହବାଜଙ୍କୁ ଗିରଫ କରିବାକୁ ଅନୁରୋଧ କରିଛି । ଏପଟେ ଅଦାଲତ ତାଙ୍କର ଆଗୁଆ ଜାମିନକୁ ୧୧ ଜୁନ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି । ତେବେ ଏହି ମନି ଲଣ୍ଡରିଂ ମାମଲାରେ ଶହବାଜ ଶରିଫ ଓ ତାଙ୍କ ପୁଅ ସହଯୋଗ କରୁ ନ ଥିବା ଜଣାପଡିଛି ।

Share