ମନି ଲଣ୍ଡ୍ରିଂ ମାମଲାରେ ନିର୍ଦ୍ଧୋଷ ସାବ୍ୟସ୍ତ ହେଲେ ଶେହବାଜଙ୍କ ପୁଅ ସୁଲେମାନ

ଇସଲାମବାଦ,୧୧।୭: ପାକିସ୍ତାନର ଏକ ସ୍ବତନ୍ତ୍ର ଜିଲା କୋର୍ଟ ମନି ଲଣ୍ଡ୍ରିଂ ମାମଲାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ପୁଅ ସୁଲେମାନ ଶେହବାଜ ଏବଂ ଅନ୍ୟ ଦୋଷୀଙ୍କୁ ମୁକ୍ତ କରିଛନ୍ତି। ପିକେଆର୍‌ର ୧୬ ବିଲିୟନ ମନି ଲଣ୍ଡ୍ରିଂ ମାମଲାରେ କୋର୍ଟ ଶୁଣାଣି କରିଥିଲେ। ପାକିସ୍ତାନର ଖବରକାଗଜ ‘ଦି ଏକ୍ସପ୍ରେସ ଟ୍ରିବ୍ୟୁନ’ର ରିପୋର୍ଟ ଅନୁଯାୟୀ ଫେଡେରାଲ ଇନଭେଷ୍ଟିଗେସନ ଅଥରିଟି (ଏଫଆଇଏ) ପୂର୍ବରୁ କୋର୍ଟ ପଚାରିଥିବା ୨୭ଟି ପ୍ରଶ୍ନର ଜବାବ ରଖିଛି।

ଟଙ୍କା ହେରଫେର ସଂପର୍କରେ ସୁଲେମାନଙ୍କ ବିରୋଧରେ କୌଣସି ପ୍ରତ୍ୟକ୍ଷ ପ୍ରମାଣ ମିଳି ପାରିଲାନାହିଁ ବୋଲି ଏଫଆଇଆର କୋର୍ଟରେ କହିଛିି। କୌଣସି ପ୍ରମାଣ ନ ମିଳିବାରୁ କୋର୍ଟ ଅଭିଯୁକ୍ତଙ୍କ ସୁଲେମାନ ଏବଂ ଅନ୍ୟ ଅଭିଯୁକ୍ତଙ୍କୁ ନିର୍ଦ୍ଦୋରେ ଖଳାସ କରିଛି।

ସୂଚନାମୁତାବକ, ଶେହବାଜଙ୍କ ଦୁଇ ପୁଅ ହାମଜା ଏବଂ ସୁଲେମାନ ୨୦୦୮ ରୁ ୨୦୧୮ ମଧ୍ୟରେ ୨୮ଟି ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ପ୍ରାୟ ୧୬.୩ବିଲିୟନ ଟଙ୍କା ହେରଫେର କରିଥିଲେ। ତେଣୁ ଭଷ୍ଟ୍ରାଚାର ଏବଂ ମନି ଲଣ୍ଡ୍ରିଂ ଅଭିଯୋଗରେ ଦୁହେଁ ଗିରଫ ହୋଇଥିଲେ।

Share