Categories: ଜାତୀୟ

ମୋଦିଙ୍କୁ ଭେଟିବେ ଶେଖ ହାସିନା, ୭ଟି ଚୁକ୍ତି ଉପରେ ହେବ ସ୍ୱାକ୍ଷର

ନୂଆଦିଲ୍ଲୀ,୬ ।୯: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା ଦୁଇ ଦେଶ ମଧ୍ୟରେ ସମ୍ପର୍କ ମଜଭୁତ କରିବାକୁ ୪ ଦିବସୀୟ ଭାରତ ଗସ୍ତରେ ଆସିଛନ୍ତି । ସୋମବାର ସେ ଭାରତ ପହଞ୍ଚିବା ପରେ ପ୍ରଥମ ଦିନରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସହ ବୈଠକ କରିଛନ୍ତି । ଏହି ବୈଠକରେ କିଛି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ନେଇ ଆଲୋଚନା ହୋଇଛି । ହାସିନା ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହି ସମୟରେ ଉଭୟ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବାର୍ତ୍ତା ହେବ । ଏହି ସମୟରେ ଦୁଇ ଦେଶ ମଧ୍ୟରେ ପାରସ୍ପରିକ ସମ୍ପର୍କ ଏବଂ ବାଣିଜ୍ୟକୁ ନୂତନ ଦିଗ ଦେବାକୁ କୁଶିଆର ନଦୀ ଜଳ ବଣ୍ଟନ ସମେତ ଜଳ ପରିଚାଳନା, ରେଳ, ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ସହିତ ୭ଟି ଚୁକ୍ତିନାମା ସ୍ୱାକ୍ଷରିତ ହେବ । ଏହି ଗସ୍ତର କାର୍ଯ୍ୟସୂଚିରେ ପ୍ରତିରକ୍ଷା ସହଯୋଗ ବୃଦ୍ଧି, ଆଞ୍ଚଳିକ ପରିବହନ ସଂଯୋଗକୁ ମଜଭୁତ କରିବା ଏବଂ ଦକ୍ଷିଣ ଏସିଆରେ ସ୍ଥିରତା ପାଇଁ ମଧ୍ୟ ପ୍ରୟାସ କରାଯିବ ।

Share