Categories: ଜାତୀୟ

ପ୍ରଧାନମନ୍ତ୍ରୀ ଲୋକ ପଠାଇଥିଲେ ଆମେ ଉଠି ଯାଇଥାନ୍ତୁ

ଚଣ୍ଡିଗଡ଼,୬।୧: ପ୍ରଧାନମନ୍ତ୍ରୀ ସେହି ବାଟ ଦେଇ ଯିବେ ଆମକୁ ଜଣା ନ ଥିଲା। ଏ ସମ୍ପର୍କରେ ପୋଲିସ ପକ୍ଷରୁ ସୂଚନା ଦିଆଯାଇଥିଲା। ହେଲେ ସେମାନଙ୍କ କଥା ଉପରେ ଆମକୁ ବିଶ୍ୱାସ ହେଲା ନାହିଁ। ଆମକୁ ଉଠିବା ପାଇଁ ପ୍ରଧାନମନ୍ତ୍ରୀ କାହାକୁ ପଠାଇବାର ଥିଲା। ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ବାଟ ଓଗାଳିଥିବା ଚାଷୀମାନେ ଏଭଳି କହିଛନ୍ତି।

“ଆମକୁ ଲାଗିଲା ପୋଲିସ ଚାଷୀଙ୍କୁ ରାସ୍ତାରୁ ହଟାଇବା ପାଇଁ ମିଛ କହୁଛି। ସେଠାରେ ପ୍ରଧାନମନ୍ତ୍ରୀଙ୍କ ଓହ୍ଲାଇବା ଲାଗି ଏକ ହେଲିପ୍ୟାଡ୍‌ ନିର୍ମାଣ କରାଯାଇଥିଲା। ଏଣୁ ସେ କ’ଣ ପାଇଁ ରାସ୍ତାରେ ଆସିବେ?” ବୋଲି ବିକ୍ଷୋଭକାରୀ ବଳଦେବ ଜିରା କହିଛନ୍ତି।

ପ୍ରଧାନମନ୍ତ୍ରୀ ବୁଧବାର ଏକ ରାଲିକୁ ସମ୍ବୋଧିତ କରିବା ପାଇଁ ଫିରୋଜପୁର ଯାଉଥିବା ବେଳେ ପଞ୍ଜାବର ଭଠିଣ୍ଡା ଏକ ଫ୍ଲାଏଓଭରରେ ୨୦ ମିନିଟ୍‌ ଧରି ଫସି ରହିଥିଲେ। ଏଭଳି ଢ଼ିଲା ସୁରକ୍ଷା ବ୍ୟବସ୍ଥା କାରଣରୁ ଭାଜପା ଏବଂ କଂଗ୍ରେସ ମଧ୍ୟରେ ରାଜନୈତିକ ବିବାଦ ଦେଖାଦେଇଛି। ସୁପ୍ରିମକୋର୍ଟରେ ଏହି ଘଟଣା ପହଞ୍ଚିଥିବା ବେଳେ ପଞ୍ଜାବ ସରକାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ଫିରୋଜପୁର ଡେପୁଟି କମିଶନରଙ୍କ ଅଫିସ ଆଗରେ ବିକ୍ଷୋଭ
କରିବା ପାଇଁ ଚାଷୀମାନେ ଯାଉଥିଲେ। ପ୍ରଧାନମନ୍ତ୍ରୀଙ୍କ ରାଲି ଲାଗି ଚାଷୀଙ୍କୁ ଫିରୋଜପୁର ଛାଡ଼ି ନ ଥିଲା।

Share