Categories: ଜାତୀୟ

ପିଏମ୍‌-ଶ୍ରୀ ଯୋଜନା: ୧୪,୫୦୦ ସ୍କୁଲ୍‌ର ଉନ୍ନତୀକରଣ ହେବ

ନୂଆଦିଲ୍ଲୀ,୬।୯: ଭାରତର ୧୪,୫୦୦ ସ୍କୁଲ୍‌ର ବିକାଶ ତଥା ଉନ୍ନତୀକରଣ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ପିଏମ୍‌-ଶ୍ରୀ (ପ୍ରଧାନମନ୍ତ୍ରୀ ସ୍କୁଲ୍‌ ଫର୍‌ ରାଇଜିଂ ଇଣ୍ଡିଆ) ଯୋଜନା ଘୋଷଣା କରିଛନ୍ତି। ଗୁରୁ ଦିବସ ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ପିଏମ୍‌-ଶ୍ରୀ ସ୍କୁଲ୍‌ ଦେଶରେ ମଡେଲ ସ୍କୁଲ୍‌ ହେବ। ଏହି ସ୍କୁଲ୍‌ଗୁଡ଼ିକରେ ଆବିଷ୍କାର ଏବଂ ଶିକ୍ଷଣ କୈନ୍ଦ୍ରିକ ପଦ୍ଧତିରେ ଶିକ୍ଷାଦାନ କରାଯିବ। ବିଦ୍ୟାଳୟଗୁଡ଼ିକରେ ନୂଆ ଟେକ୍‌ନୋଲୋଜି, ସ୍କାର୍ଟ ଶ୍ରେଣୀଗୃହ, କ୍ରୀଡ଼ା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆଦି ଆଧୁନିକ ଭିତ୍ତିଭୂମିକୁ ସାମିଲ କରାଯିବ ବୋଲି ମୋଦି କହିଛନ୍ତି। ନୂଆ ଜାତୀୟ ଶିକ୍ଷା ନୀତି ଦେଶର ଶିକ୍ଷା ସେକ୍ଟରରେ ବଡ଼ ପରିବର୍ତ୍ତନ ଆଣିଛି। ପିଏମ୍‌-ଶ୍ରୀ ସ୍କୁଲଗୁଡ଼ିକ ଦେଶର ଲକ୍ଷ ଲକ୍ଷ ଛାତ୍ରୀଛାତ୍ରଙ୍କୁ ଉପକୃତ କରାଇବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Share