Categories: ଜାତୀୟ

ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନୀରବ, ଶାନ୍ତି ପାଇଁ ଅପିଲ କେବେ ହେବ: ଜୟରାମ ରମେଶ…

ନୂଆଦିଲ୍ଲୀ,୧୮।୬ : ମଣିପୁରରେ ଚାଲିଥିବା ହିଂସା ବିଷୟରେ ଉଲ୍ଲେଖ କରି ବିରୋଧୀଦଳ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରବିବାର କଡ଼ା ସମାଲୋଚନା କରିଛନ୍ତି। କଂଗ୍ରେସର ସାଧାରଣ ସଚିବ ଜୟରାମ ରମେଶ କହିଛନ୍ତି ବିପର୍ଯ୍ୟୟ ପରିଚାଳନାରେ ଭାରତର ମହାନ ସାମର୍ଥ୍ୟ ପାଇଁ ପ୍ରଧାନମନ୍ତ୍ରୀ ନିଜର ବଡ଼ ପଣିଆ ଦେଖାଇ ହେଉଥିବାବେଳେ ମଣିପୁର ସମ୍ମୁଖୀନ ହୋଇଥିବା ମାନବିକ ବିପର୍ଯ୍ୟୟ ନେଇ ଚୁପ ରହିଛନ୍ତି।

ଜୟରାମ ରମେଶ ଏକ ଟୁଇଟରେ କହିଛନ୍ତି, ମନ କି ବାତର ଆଉ ଏକ ଏପିସୋଡ କିନ୍ତୁ ମଣିପୁରରେ ପ୍ରସଙ୍ଗରେ ମୋଦି ନୀରବ। ମୋଦି ବର୍ତ୍ତମାନ ସୁଦ୍ଧା ଶାନ୍ତି ପାଇଁ କୌଣସି ଅପିଲ କରି ନାହାନ୍ତି। ଏକ ପିଏମ-କେୟାର୍ସ ପାଣ୍ଠି ଅଛି, ଯାହା ଅଡ଼ିଟ ହୋଇନାହିଁ। ପ୍ରଧାନମନ୍ତ୍ରୀ ମଣିପୁର ବିଷୟରେ ଚିନ୍ତା କରନ୍ତି କି? ତାହା ହେଉଛି ଏବେ ପ୍ରକୃତ ପ୍ରଶ୍ନ । ପ୍ରଧାନମନ୍ତ୍ରୀ ମୁଖ୍ୟ ପ୍ରସଙ୍ଗଠାରୁ ଦୂରେଇ ଯାଉଥିବା ରମେଶ ଅଭିଯୋଗ କରିଛନ୍ତି।

Share