Categories: ଜାତୀୟ

ପିଏମ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନାକୁ ମିଳିଲା କ୍ୟାବିନେଟ ମଞ୍ଜୁରୀ, ୧ କୋଟି ଘରେ ଲାଗିବ ସୋଲାର ପ୍ୟାନେଲ

ନୂଆଦିଲ୍ଲୀ,୨୯।୨: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଗୁରୁବାର ଏକ ପ୍ରେସ ବ୍ରିଫିଙ୍ଗରେ କହିଛନ୍ତି କେନ୍ଦ୍ର କ୍ୟାବିନେଟ ବୈଠକରେ ପିଏମ ସୂର୍ଯ୍ୟ ଘର ମାଗଣା ବିଜୁଳିକୁ ମଞ୍ଜୁରୀ ମିଳିଛି। ଏହି ଯୋଜନା ଅଧୀନରେ ୧ କୋଟି ଘର ୩୦୦ ୟୁନିଟ ମାଗଣା ବିଦ୍ୟୁତ ପାଇବ ଏବଂ ବାର୍ଷିକ ୧୫,୦୦୦ ହଜାର ଟଙ୍କା ସଞ୍ଚୟ ହେବ। ଫେବୃଆରୀ ୧୩ରେ ପ୍ରଧାନମନ୍ତ୍ରୀ ମୋଦି ଏହି ଯୋଜନା ଆରମ୍ଭ କରିଥିଲେ। ଏଥିରେ ପ୍ରତ୍ୟେକ ପରିବାର ପାଇଁ ଦୁଇ କିଲୋୱାଟ ପର୍ଯ୍ୟନ୍ତ ଏକ ଛାତ ଉପର ସୋଲଶର ପ୍ୟାନେଲର ମୂଲ୍ୟ ୧୪୫,୦୦୦ ଟଙ୍କା ହେବ। ସରକାର ଏଥିରେ ୭୮୦୦୦ଟଙ୍କା ସବସିଡି ଦେବେ। ଏହି ପରିପ୍ରେକ୍ଷୀରେ ଏକ ଜାତୀୟ ପୋର୍ଟାଲ ଉନ୍ମୋଚିତ ହୋଇଛି ଏବଂ ଘର ମାଲିକମାନେ ଏଥିରେ ବିକ୍ରେତା ବାଛିବାରେ ସକ୍ଷମ ହେବେ। ଏଥିପାଇଁ ସହଜ କିସ୍ତିରେ ବ୍ୟାଙ୍କରୁ ଋଣ ମଧ୍ୟ ଉପଲବ୍ଧ ହେବ।

କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ କ୍ୟାବିନେଟ ପ୍ରଧାନମନ୍ତ୍ରୀ-ସୂର୍ଯ୍ୟ ଘରକୁ ଅନୁମୋଦନ କରିଛି: ଏକ କୋଟି ଘରେ ଛାତର ସୌର ବିଦ୍ୟୁତ ଉତ୍ପାଦନ ପାଇଁ ମାଗଣା ବିଦ୍ୟୁତ ଯୋଜନା ୭୫,୦୨୧ କୋଟି ଟଙ୍କା। ଏହି ଯୋଜନାରେ କେନ୍ଦ୍ର ସରକାର ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ଏହା ଅନୁଯାୟୀ:
୧କିଲୋୱାଟ ସିଷ୍ଟମ ପାଇଁ ୩୦,୦୦୦ ଟଙ୍କା ସବସିଡି।
୨ କିଲୋଓ୍ବାଓ ସିଷ୍ଟମ ପାଇଁ ୬୦,୦୦୦ଟଙ୍କା ।
୩କିଲୋୱାଟ କିମ୍ବା ଅଧିକ କ୍ଷମତା ବିଶିଷ୍ଟ ସିଷ୍ଟମ ପାଇଁ ୭୮,୦୦୦ଟଙ୍କା ସବସିଡି ମିଳିବ।

 

Share