Categories: ଜାତୀୟ

ଜମ୍ମୁ-କଶ୍ମୀରରେ ପ୍ରଥମ ଇଲେକ୍ଟ୍ରୋନିକ ଟ୍ରେନର ଉପହାର ଦେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୯।୨: ଫେବୃଆରୀ ୨୦ରେ ଜମ୍ମୁ-କଶ୍ମୀରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକ ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ କରିବେ। ଏହି ସମୟରେ ପ୍ରଧାନମନ୍ତ୍ରୀ ବାନିହାଲ-ଖଡି-ସୁମ୍ବଡ-ସଙ୍ଗଲଦାନ ସେକ୍ସନ (୪୮ କିଲୋମିଟର)ମଧ୍ୟରେ ନୂତନ ରେଳ ଲାଇନ ଏବଂ ବାରାମୁଳା-ଶ୍ରୀନଗର-ବନିହାଲ- ସଙ୍ଗଲଦାନ ସେକ୍ସନର ବିଦ୍ୟୁତିକରଣର ଲୋକାର୍ପଣ କରିବେ। ଏଥିସହ ପ୍ରଧାନମନ୍ତ୍ରୀ ମୋଦି କଶ୍ମୀର ଘାଟିରେ ପ୍ରଥମ ଇଲେକ୍ଟ୍ରୋନିକ ଟ୍ରେନ ଏବଂ ସଙ୍ଗଲଦାନ-ବାରାମୁଳା ମଧ୍ୟରେ ଟ୍ରେନ ସେବାକୁ ସବୁଜ ପତାକା ଦେଖାଇବେ। ପ୍ରଧାନମନ୍ତ୍ରୀ ସୋମବାର ଉତ୍ତରପ୍ରଦେଶରେ ୧୦ ଲକ୍ଷ କୋଟି ଟଙ୍କା ମୂଲ୍ୟର ୧୪,୦୦୦ ପ୍ରକଳ୍ପ ଶୁଭାରମ୍ଭ କରିଛନ୍ତି।

Share