Categories: ରାଜ୍ୟ

ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୧୫।୩ – ଦେଶର ବିଭିନ୍ନ ରାଜ୍ୟରେ ଦେଖାଦେଇଛି କରୋନାର ଦ୍ୱିତୀୟ ଲହରି। ଏହାକୁ ରୋକିବା ପାଇଁ ବିଭିନ୍ନ ରାଜ୍ୟରେ ନିଆଯାଉଛି ବ୍ୟାପକ ପଦକ୍ଷେପ। ସଂକ୍ରମଣ ବୃଦ୍ଧି ପାଉଥିବାରୁ ସମସ୍ତ ରାଜ୍ୟର ସ୍ଥିତି ସମ୍ମୀକ୍ଷା କରିବା ଲାଗି ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସନ୍ତା ବୁଧବାର ହେବ ଏହି ଭର୍ଚୁଆଲ ବୈଠକ।

ବୈଠକରେ ପ୍ରଧାନମନ୍ତ୍ରୀ ଦେଶରେ ଚାଲିଥିବା ଟିକାକରଣ ସମ୍ପର୍କରେ ଆଲୋଚନା କରିବେ । ପ୍ରତିଦିନ ସଂକ୍ରମଣ ହାର ବୃଦ୍ଧି ପାଉଥିବା ବେଳେ ତାଳ ଦେଇ ବଢ଼ୁଛି ମୃତ୍ୟୁ ସଂଖ୍ୟା। କେଉଁ ରାଜ୍ୟରେ କରୋନାର ସ୍ଥିତି କେଉଁ ଭଳି, ତାହା ପଚାରି ବୁଝିବେ। ତେବେ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା ପରେ ଦେଶରେ କେଉଁ କଟକଣାର ଆବଶ୍ୟକତା ଅଛି, ତାହା ଜଣାପଡିବ ।

Share