Categories: ଜାତୀୟ

ପ୍ରିୟଙ୍କା ଚୋପ୍ରାଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ, ହେଲେ କୃଷକଙ୍କୁ ଭେଟିବାକୁ ସମୟ ନାହିଁ, ମିଛର ଫ୍ୟାକ୍ଟ୍ରି ହେଉଛନ୍ତି ମୋଦି: ତେଜସ୍ବୀ ଯାଦବ

ନୂଆଦିଲ୍ଲୀ,୧୬।୨: କୃଷକ ଆନ୍ଦୋଳନ ମଧ୍ୟରେ ବିହାରର ପୂର୍ବତନ େଉପ ମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ପ୍ରଶ୍ନ ଉଠାଇଛନ୍ତି ଯେ ପ୍ରଧାନମନ୍ତ୍ରୀ କାହିଁକି ଅନ୍ନଦାତାଙ୍କୁ ଭେଟିବେ ନାହିଁ। ଶୁକ୍ରବାର (ଫେବୃଆରୀ ୧୬, ୨୦୨୪) ବିହାରର ସାସାରାମରେ ଲାଲୁ ପ୍ରସାଦ ଯାଦବଙ୍କ ସାନ ପୁଅ ମଧ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ଭେଟିବେ କିନ୍ତୁ ଚାଷୀଙ୍କୁ ଭେଟିବା ପାଇଁ ତାଙ୍କ ପାଖରେ ସମୟ ନାହିଁ। ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ରେ ଭାଗ ନେବାକୁ ଏଠାକୁ ଆସିଥିଲେ।

ତେଜସ୍ବୀ ଯାଦବ କହିଛନ୍ତି ଯେ କୃଷକମାନେ ଏମଏସପି ପାଇବା ଉଚିତ। ୨୦୨୪ରେ ସେମାନେ (ବିରୋଧୀ) ଭାଜପା ଏବଂ ନରେନ୍ଦ୍ର ମୋଦିଙ୍କୁ କ୍ଷମତାରୁ ହଟାଇବେ। ୧୭ ମାସ ମଧ୍ୟରେ, ସେ ୫ ଲକ୍ଷ ସରକାରୀ ଚାକିରୀ (ବିହାରରେ) ଯୋଗାଇବା କାର୍ଯ୍ୟ କରିଛନ୍ତି, କିନ୍ତୁ ନରେନ୍ଦ୍ର ମୋଦି ମିଥ୍ୟା କାରଖାନା ବା ବିଛର ଫ୍ୟାକ୍ଟ୍ରି। ଏବେ ସେମାନେ ବିହାରକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦେବା ଉଚିତ। ସେ କହିଛନ୍ତି ଯେ ଆମେ କାହାକୁ ଭୟ କରୁନାହୁଁ। ଲାଲୁ ଯାଦବ ଏବଂ ତାଙ୍କ ପୁଅ କାହାକୁ ଭୟ କରନ୍ତି ନାହିଁ।

Share