ଅହମଦାବାଦ,୫।୧୨ : ଗୁଜରାଟରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ମଧ୍ୟରେ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗ କରିଛି। କଂଗ୍ରେସ ଅଭିଯୋଗ କରିଛି ଯେ ପ୍ରଧାନମନ୍ତ୍ରୀ ଭୋଟ ଦେବା ପରେ ରୋଡ ଶୋ କରି ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଛନ୍ତି।
ଏହି ସମୟରେ ଭାଜପା ଯୁକ୍ତି କରିଛି ଯେ କୌଣସି ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ କରାଯାଇ ନାହିଁ। ଏହି ସମୟରେ ପ୍ରଧାନମନ୍ତ୍ରୀ କେବଳ ଭୋଟରଙ୍କୁ ଭୋଟ ଦେବାକୁ ନିବେଦନ କରିଛନ୍ତି।
କଂଗ୍ରେସ ନେତା ଜଗଦୀଶ ଠାକୁର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଏବେ ମଧ୍ୟ ପ୍ରଚାର କରୁଛନ୍ତି। ସେ ଘଣ୍ଟା ଘଣ୍ଟା ଧରି ଗଣମାଧ୍ୟମରେ ରହିବାକୁ ଚାହୁଁଛନ୍ତି। ଗୁଜରାଟରେ ଭାଜପା କ୍ଷମତା ହରାଇବାକୁ ଯାଉଛି। ତେଣୁ ଭୋଟ ଦେବା ପରେ ପ୍ରଧାନମନ୍ତ୍ରୀ ବର୍ତ୍ତମାନ ପ୍ରଚାରରେ ବ୍ୟସ୍ତ ଅଛନ୍ତି। ରାଜ୍ୟରେ ମତଦାନକୁ ଦୃଷ୍ଟିରେ ରଖି ଆଚରଣ ବିଧି ଲାଗୁ କରାଯାଇଛି। ଏଭଳି ପରିସ୍ଥିତିରେ ରୋଡ ଶୋ କରିବା ହେଉଛି ଆଚରଣ ବିଧି ଉଲ୍ଲଂଘନ।