ନୂଆଦିଲ୍ଲୀ,୨୮।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଭୋଦି ରବିବାର ନୂଆ ସଂସଦ ଭବନର ଉଦ୍ଘାଟନ କରିଛନ୍ତି। ଏହି ସମୟରେ ଦିଲ୍ଲୀର ଯନ୍ତରମନ୍ତରରେ ଧାରଣାରେ ବସିଥିବା କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ଆଜି ନୂଆ ସଂସଦ ଭବନ ସମ୍ମୁଖରେ ମହିଳା ପଞ୍ଚାୟତ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଆୟୋଜନରେ ଚାଷୀ ନେତା ରାକେଶ ଟିକାୟତଙ୍କ ସମେତ ଅନେକ ଚାଷୀ ନେତା ସାମିଲ ହେବାର ସୂଚନା ରହିଛି।