ନୂଆଦିଲ୍ଲୀ,୨୯ ।୩: ପଶ୍ଚିମବଙ୍ଗ ବୀରଭୂମ ହିଂସା ଘଟଣା ବେଳକୁ ବେଳ ରାଜନୀତି ପାଣିପାଗକୁ କରୁଛି ସରଗରମ । ରାଜ୍ୟର ଶାସକ ତ୍ରୁଣମୂଳ କଂଗ୍ରେସ ଓ ଭାରତୀୟ ଜନତା ପାର୍ଟି(ଭାଜପା) ମଧ୍ୟରେ ଚାଲିଛି ଟଣା ଓଟରା । ସୋମବାର ଏହି ଘଟଣାକୁ ନେଇ ପଶ୍ଚିମବଙ୍ଗ ବିଧାନସଭାରେ ହଙ୍ଗାମା ହୋଇଛି । ଦୁଇ ଦଳର ବିଧାୟକଙ୍କ ମଧ୍ୟରେ ହାତାହାତି ବି ହୋଇଯାଇଛି । ଏବେ ପଶ୍ଚିମବଙ୍ଗର ତାଜା ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଭାଜପା ଏମପିଙ୍କ ସହ ବୈଠକ କରିବା ଯୋଜନା ରହିଛି । କୁହାଯାଉଛି କି ବୁଧବାର ମୋଦି ସମସ୍ତ ଭାଜପା ଏମପିଙ୍କୁ ବ୍ରେକଫାଷ୍ଟ ପାଇଁ ଡାକିଛନ୍ତି ।
ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ବୀରଭୂମରେ ରାଜନୈତିକ କନ୍ଦଳରୁ ୯ ଜଣଙ୍କୁ ଜଅନ୍ତା ପୋଡି ମାରି ଦିଆଯାଇଛି ।