Categories: ଜାତୀୟ

ପିଏମ୍‌ସି ବ୍ୟାଙ୍କ ଜାଲିଆତି: ସଞ୍ଜୟଙ୍କ ପତ୍ନୀଙ୍କୁ ତୃତୀୟ ଥର ଲାଗି ସମନ ଜାରି କଲା ଇଡି

ମୁମ୍ବାଇ,୨୯ ।୧୦: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଶିବସେନା ନେତା ତଥା ରାଜ୍ୟ ସଭା ଏମ୍‌ପି ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷା ରାଉତଙ୍କୁ ପଞ୍ଜାବ ଓ ମହାରାଷ୍ଟ୍ର ସହକାରୀ(ପିଏମ୍‌ସି) ବ୍ୟାଙ୍କ ଜାଲିଆତି ମାମଲାରେ ମଙ୍ଗଳବାର ହାଜର ହେବାକୁ କହିଛନ୍ତି । ବର୍ଷାଙ୍କୁ ତୃତୀୟଥର ପାଇଁ ଏହି ସମନ ଜାରି କରାଯାଇଛି । ଏହା ପୂର୍ବରୁ ଦୁଇଥର ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଏଜେନ୍ସି ସାମ୍ନାରେ ହାଜର ହେବାକୁ ମନା କରି ଦେଇଥିଲେ । ସୂଚନାଯୋଗ୍ୟ, ଗତବର୍ଷ ସେପ୍ଟେମ୍ବରରେ ଆର୍‌ବିଆଇ ପ୍ରତ୍ୟାହାର ସୀମାକୁ ହ୍ରାସ କରି ୪,୩୫୫ କୋଟି ଟଙ୍କା ଠକେଇ ପରେ ପିଏମ୍‌ସି ବ୍ୟାଙ୍କର କାର୍ଯ୍ୟକଳାପ ଉପରେ ପ୍ରତିବନ୍ଧକ ଲଗାଇ ଦେଇଥିଲା ।

Share