ପ୍ରଧାନମନ୍ତ୍ରୀଙ୍କ ଘରେ ନିଆଁ: ୩ ଗିରଫ

କଲମ୍ବୋ,୧୨।୭: ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରାନିଲ ଓ୍ବିକ୍ରମସିଂଘେଙ୍କ ବାସଭବନରେ ନିଆଁ ଲଗାଇବା ଅଭିଯୋଗରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ଏଥିସହ ଅଭିଯୁକ୍ତମାନଙ୍କୁ ୧୦ ଦିନିଆ କଷ୍ଟଡିକୁ ପଠାଇ ଦିଆଯାଇଛି। କ୍ରିମିନାଲ ଇନ୍‌ଭେଷ୍ଟିଗେଟିଂ ଡିପାର୍ଟମେଣ୍ଟ (ସିଆଇଡି) ରବିବାର ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ବାସଭବନରେ ନିଆଁ ଲଗାଯିବା ନେଇ ତଦନ୍ତ ଆରମ୍ଭ କରିଥିଲା। ବାସଭବନରେ ଥିବା ଆସବାବପତ୍ରକୁ ନଷ୍ଟ କରିବା ଅଭିଯୋଗରେ ଉକ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା କୁହାଯାଉଛି। ଗିରଫମାନଙ୍କ ମଧ୍ୟରେ ମାଉଣ୍ଟ ଲାଭିନିଆର ୧୯ ବର୍ଷୀୟ ଯୁବକଙ୍କ ସହ ଗାଲେର ୨୪ ଏବଂ ୨୮ ବର୍ଷୀୟ ଦୁଇଜଣ ଯୁବକ ସାମିଲ ଅଛନ୍ତି।

Share