Categories: ଜାତୀୟ

ମୋଦିଙ୍କୁ ଟାର୍ଗେଟ୍‌ କଲେ ସୋନିଆ, କହିଲେ ହାରିଛି ଭାଜପା

ନୂଆଦିଲ୍ଲୀ, ୨୯।୦୬: କଂଗ୍ରେସର ବରିଷ୍ଠ ନେତା ସୋନିଆ ଗାନ୍ଧି ଏକ ଆର୍ଟିକିଲ୍‌ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନେରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ କରିଛନ୍ତି । ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି କମ୍‌ ଆସନ ହାତେଇବାକୁ ନେଇ ମୋଦି ହାରିଥିବା ସେ କହିଛନ୍ତି । ଭାଜପା କମ୍‌ ଆସନରେ ଜିତିବା ରାଜନୈତିକ ଏବଂ ନୈତିକ ଦୃଷ୍ଟିରୁ ପ୍ରଧାନମନ୍ତ୍ରୀଙ୍କ ହାର ବୋଲି ସେ ଉଲ୍ଲେଖ କରିଛନ୍ତି । ଏହାଛଡ଼ା ସେ ଦାବି କରିଛନ୍ତି ଯେ ଯେଉଁ ଯେଉଁ ରାଜ୍ୟରେ ଭାଜପା ସରକାର ରହିଛି ସେହି ରାଜ୍ୟଗୁଡ଼ିକରେ ଅଳ୍ପ ସଂଖ୍ୟକ ଘର ଉପରେ ବୁଲଡୋଜର ଚଲାଯାଉଛି ।

ଏକ ଖବରକାଗଜରେ ଲେଖିଥିବା ସ୍ତମ୍ଭରେ ସୋନିଆ କହିଛନ୍ତି ଯେ ୨୦୨୪ ନିର୍ବାଚନରେ ପିଏମ୍‌ଙ୍କ ବ୍ୟକ୍ତିଗତ, ରାଜନୈତିକ ଏବଂ ନୈତିକ ହାର ହୋଇଛି । ନିଜକୁ ଇଶ଼୍ବରୀୟ ଶକ୍ତି ଘୋଷିତ କରିଥିବା ପିଏମ୍‌ଙ୍କ ପାଇଁ ନିର୍ବାଚନ ପରିଣାମ ତାଙ୍କର ରାଜନୀତିକୁ ଘୃଣା କରାଯାଉଥିବା ଦର୍ଶାଉଛି । ଏହାଛଡ଼ା ସେ ୧୯୭୫ ରେ ଘୋଷଣା ହୋଇଥିବା ଏମର୍ଜେନ୍ସି ପରେ ୧୯୭୭ରେ କିପରି ନିର୍ବାଚନରେ ଜନତା ନିଜର ନିଷ୍ପତ୍ତି ଜାହିର କରିଥିଲେ ସେ ସମ଼୍ବନ୍ଧରେ ମଧ୍ୟ ଏଥିରେ ଉଲ୍ଲେଖ କରିଛନ୍ତି ।

ଜନତା ୧୯୭୭ରେ ବିନା କୌଣସି ଦ଼୍ବିିଧାରେ ଆମ ସରକାରଙ୍କୁ ବାଛିଥିଲେ । ଏଥିସହିତ ୧୯୮୦ରେ ମଧ୍ୟ ଜନତା ଆମ ଉପରେ ବିଶ଼୍ବାସ କରି ବହୁମତ ସହ ଆମ ସରକାରକୁ ପୁଣି ଶାସନ ଦାୟିତ଼୍ବ ଦେଇଥିଲେ । ଯାହାକି ମୋଦି କେବେ ବି କରିପାରିବେ ନାହିଁ ବୋଲି ସେ କହିଛନ୍ତି ।

Share