Categories: ଜାତୀୟ

ପ୍ରଧାନମନ୍ତ୍ରୀଙ୍କ ରାଲି ବାତିଲ, ରିପୋର୍ଟ ମଗାଇଲେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ…

ଚଣ୍ଡିଗଡ଼, ୫।୧ : ପଞ୍ଜାବର ଫିରୋଜପୁରରେ ବୁଧବାର ହେବାକୁ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିକୁ ବାତିଲ କରାଯାଇଛି। ପ୍ରଧାନମନ୍ତ୍ରୀ  ଦିଲ୍ଲୀ ଫେରିଛନ୍ତି। ଏହି ମାମଲାରେ କେନ୍ଦ୍ରୀୟ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପଞ୍ଜାବ ସରକାରଙ୍କଠାରୁ ରିପୋର୍ଟ ମାଗିଛି। କୃଷି ଆଇନ ରଦ୍ଦ ହେବା ପରେ ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କର ପ୍ରଥମ ଗସ୍ତ ଥିଲା। ପ୍ରଧାନମନ୍ତ୍ରୀ ସେଠାରେ ଥିବା ଲୋକଙ୍କୁ ସମ୍ବୋଧିତ କରିଥାନ୍ତେ।

ପଞ୍ଜାବର ଫିରୋଜପୁରରେ ଅନୁଷ୍ଠିତ ରାଲି ବାତିଲ ହେବା ନେଇ କେନ୍ଦ୍ର ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ କହିଛନ୍ତି, ସୁରକ୍ଷା କାରଣରୁ ପ୍ରଧାନମନ୍ତ୍ରୀ ଆମ ମଧ୍ୟରେ ଉପସ୍ଥିତ ନାହାଁନ୍ତି। ଏନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମେ ଏହି କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ରଦ୍ଦ କରିନାହୁଁ। ଏହାକୁ ସ୍ଥଗିତ ରଖାଯାଇଛି।

ବୁଧବାର ସକାଳେ ପ୍ରଧାନମନ୍ତ୍ରୀ ଭଟିଣ୍ଡାରେ ପହଞ୍ଚିଥିଲେ। ମାତ୍ର ବର୍ଷା ହେଉଥିବାରୁ ଆକାଶମାର୍ଗ ଭଲ ଭାବେ ଦେଖା ଯାଉ ନଥିବାରୁ ସୁରକ୍ଷା ଦୃଷ୍ଟିରୁ ଗସ୍ତକୁ ବାତିଲ କରାଯାଇଥିବା କୁହାଯାଇଛି।

ଭାଜପା ପକ୍ଷରୁ ଏନେଇ ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂ ଚନ୍ନିଙ୍କ ଇସ୍ତଫା ଦାବି କରିଛି।

Share