ଚେନ୍ନାଇ,୩୦।୧୧ : ତାମିଲନାଡୁ ଭାଜପା ଅଧ୍ୟକ୍ଷ କେ ଅନ୍ନାମଲାଇ ରାଜ୍ୟ ସରକାରଙ୍କ ଉପରେ ଏକ ବଡ ଅଭିଯୋଗ ଆଣିଛନ୍ତି। ଚେସ ଅଲିମ୍ପିଆଡ଼ର ଉଦଘାଟନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା କ୍ଷେତ୍ରରେ ଏକ ବଡ଼ ଧରଣର ଅବହେଳା ଘଟିଥିବା ସେ କହିଛନ୍ତି। ସେଠାରେ ସୁରକ୍ଷା ପାଇଁ ରଖାଯାଇଥିବା ଡୋର ଫ୍ରେମ ଏବଂ ମେଟାଲ ଡିଟେକ୍ଟରଗୁଡିକ ସଠିକ ଭାବରେ କାମ କରୁ ନ ଥିଲା।
ଅନ୍ନାମଲାଇ କହିଛନ୍ତି ଯେ କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସି ଦ୍ୱାରା ଏହି ମାମଲା ରାଜ୍ୟ ସରକାରଙ୍କ ନଜରକୁ ଆସିଛି, କିନ୍ତୁ ଏଥିପ୍ରତି ଧ୍ୟାନ ଦିଆଯାଇ ନାହିଁ। ଏବେ ରାଜ୍ୟ ସରକାର ଭୟଭୀତ ଅଛନ୍ତି। ସେ କହିଛନ୍ତି, ଆମେ ରାଜ୍ୟପାଳଙ୍କଠାରେ ଦାବି କରୁଛୁ ଯେ ଏପରି ଭୁଲ କରିଥିବା ଅଧିକାରୀ ଏବଂ ରାଜ୍ୟ ସରକାରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।