Categories: ଜାତୀୟ

ଦିନକ ମଧ୍ୟରେ ଉତ୍ତର ଦିଅ

ନୂଆଦିଲ୍ଲୀ,୭।୧: ପଞ୍ଜାବର ଫିରୋଜପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ଉପରେ ଭଠିଣ୍ଡା ପୋଲିସକୁ ନୋଟିସ ଜାରି କରିଛି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ। ଉତ୍ତର ରଖିବାକୁ ନୋଟିସରେ ମାତ୍ର ୨୪ ଘଣ୍ଟା ସମୟ ଦିଆଯାଇଛି। କୃଷକମାନେ ବାଟ ନ ଛାଡ଼ିବାରୁ ପ୍ରଧାନମନ୍ତ୍ରୀଙ୍କ କାର ୨୦ ମିନିଟ୍‌ ପାଇଁ ଫ୍ଲାଏଓଭରରେ ଅଟକି ଥିଲା। ସେହି ଫ୍ଲାଏଓଭରରେ ଶୁକ୍ରବାର ପହଞ୍ଚିଛି ତଦନ୍ତ ଆରମ୍ଭ କରିଛି ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଏକ ଦଳ।

ସ୍ପେଶାଲ ସୁରକ୍ଷା ଗୋଷ୍ଠୀର ଇନ୍ସପେକ୍ଟର ଜେନେରାଲ ଏସ୍‌ ସୁରେଶଙ୍କୁ ନେଇ ଗଠିତ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ୩ ଜଣିଆ ଦଳ ଫ୍ଲାଏଓଭରରେ ୪୫ ମିନିଟ୍‌ ଧରି ତଦନ୍ତ ଚଳାଇଥିଲେ। ପଞ୍ଜାବ ଡିଜିପି ସିଦ୍ଧାର୍ଥ ଚାଟୋପାଧ୍ୟାୟଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ୧୨ ବରିଷ୍ଠ ଅଧିକାରୀଙ୍କୁ ପଚରାଉଚରା କରାଯାଇଛି।

ଶୁକ୍ରବାର ପଞ୍ଜାବ ମୁଖ୍ୟ ସଚିତ ଅନିରୁଦ୍ଧ ତିଓ୍ବାରୀ କେନ୍ଦ୍ର ସ୍ବରାଷ୍ଟ୍ର ସଚିବ ଅଜୟ ଭଲା ରାଜ୍ୟ ସ୍ତରୀୟ ତଦନ୍ତର ସମସ୍ତ ଅପ୍‌ଡେଟ୍‌ ପ୍ରଦାନ କରିଛନ୍ତି। ସେ କହିଛନ୍ତି, ପୋଲିସରେ ଏକ ମାମଲା ରୁଜୁ କରାଯାଇଛି ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ଘଟଣାର ତଦନ୍ତ ପାଇଁ ଦୁଇ ଜଣିଆ କମିଟି ଗଠନ କରାଯାଇଛି। ଏହି କମିଟି ୩ ଦିନ ମଧ୍ୟରେ ତା’ର ତଦନ୍ତ ରିପୋର୍ଟ ଦାଖଲ କରିବ।

Share