Advertisement
Categories: ବାଣିଜ୍ୟ

ପିଏନ୍‌ବିରେ ଖାତା ଥିଲେ ତୁରନ୍ତ କରନ୍ତୁ ଏହି କାମ, ନଚେତ ଅଗଷ୍ଟ ୩୧ ପରେ ଚାଲିବ ନାହିଁ ଆକାଉଣ୍ଟ

ନୂଆଦିଲ୍ଲୀ,୪।୮: ସରକାରୀ ବ୍ୟାଙ୍କ ପିଏନ୍‌ବି(ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ) ନିଜର ଗ୍ରାହକଙ୍କୁ ଆରବିଆଇ ନିୟମାନୁଯାୟୀ ଅଗଷ୍ଟ ୩୧ ପୂର୍ବରୁ ନିଜର କଓ୍ବୋଇସି ଡିଟେଲ ଅପଡେଟ୍‌ କରିବାକୁ କୁହାଯାଇଛି। ଅଗଷ୍ଟ ୨ରେ ଜାରି ପ୍ରେସ ରିଲିଜରେ ପିଏନ୍‌ବି କହିଛି ଯେ ଯେଉଁ ଗ୍ରାହକଙ୍କ ଆକାଉଣ୍ଟରେ କଓ୍ବୋଇସି ଅପଡେଟ୍‌ ହେବା ବାକି ଅଛି, ତାଙ୍କୁ ବ୍ୟାଙ୍କରେ ଦିଆଯାଇଥିବା ଠିକଣାରେ ଦୁଇଟି ପୋଟିସ ଏବଂ ତାଙ୍କ ରେଜିଷ୍ଟର୍ଡ ମୋବାଇଲ ନମ୍ବରରେ ଏସ୍‌ଏମ୍‌ଏସ୍‌ ଦିଆଯାଇଛି। ଏହାଛଡ଼ା ବ୍ୟାଙ୍କର ସୋସିଆଲ ମିଡିଆ ପୃଷ୍ଠାରେ ମଧ୍ୟ ପୋଷ୍ଟ ଜରିଆରେ ଏନେଇ କୁହାଯାଇଛି।

ପିଏନ୍‌ବି ଗ୍ରାହକଙ୍କୁ କଓ୍ବୋଇସି କମ୍ଲାଏନ୍ସ ଏକ୍ସସରସାଇଜ୍‌ ଜରିଆରେ ନିଜର ଅପ୍‌ଡେଟ୍‌ଡ ଡିଟେଲ ଦେବାକୁ କହିଛି। ଏଥିରେ ପରିଚୟପତ୍ର, ଠିକଣା, ଏବେର ଫଟୋ, ପାନ୍‌, ଆୟ ପ୍ରମାଣପତ୍ର, ମୋବାଇଲ ନଂ ଆଦି ସାମିଲ ଅଛି। ଏହାକୁ ଗ୍ରାହକ ପିଏନ୍‌ବି ଓ୍ବାନ, ଆଇବିଏସ୍‌, ରେଜିଷ୍ଟର୍ଡ ଇମେଲ, ପୋଷ୍ଟ ଜରିଆରେ ପଠାଇ ପାରିବେ। ଏହାଛଡ଼ା ବ୍ୟାଙ୍କର ବ୍ରାଞ୍ଚରେ ଯାଇ ଡକ୍ୟୁମେଣ୍ଟ ଜମା କରିପାରିବେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share