ଭୁବନେଶ୍ୱର,୨୬।୨: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍ବି)ର ଭୁବନେଶ୍ୱର ଅଞ୍ଚଳ ପକ୍ଷରୁ ଏକ ସ୍ବତନ୍ତ୍ର ଋଣମେଳା ଷ୍ଟଲ୍ର ଶୁଭାରମ୍ଭ କରାଯାଇଛି। ସ୍ଥାନୀୟ ଜନତା ମଇଦାନଠାରେ ଆୟୋଜିତ ମେଗା ହୋମ୍ ଆଣ୍ଡ୍ ଡେକୋର ମେଳାରେ ପିଏନ୍ବି ଗୃହଋଣ ଷ୍ଟଲ୍ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ବ୍ୟାଙ୍କର ଭୁବନେଶ୍ୱର ଅଞ୍ଚଳର ଆଞ୍ଚଳିକ ପ୍ରବନ୍ଧକ ଏ. ଉଦୟ ଭାସ୍କର ରେଡ୍ଡି ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହାର ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ୟାଙ୍କର ବହୁ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ। ସେହିଭଳି ରାଜ୍ୟର ସମସ୍ତ ଶାଖାରେ ମଧ୍ୟ ହୋମ୍ ଲୋନ୍ ଗ୍ରାହକମାନଙ୍କ ପାଇଁ ବ୍ୟାଙ୍କ ପକ୍ଷରୁ ‘ହଲ୍ଲା ବୋଲ୍’ ଅଭିଯାନ ସମ୍ପର୍କରେ ଘୋଷଣା କରାଯାଇଛି। ଉଲ୍ଲେଖଯୋଗ୍ୟ, ବ୍ୟାଙ୍କର ଜୋନାଲ ମାର୍କେଟିଂ ମୁଖ୍ୟ ପ୍ରତାପ କୁମାର ବୈରୀଗଞ୍ଜନ ଜନତା ମଇଦାନଠାରେ ଉଦ୍ଘାଟନ ହୋଇଥିବା ଷ୍ଟଲ୍ର ଆୟୋଜନ କରିଥିଲେ।