ନୂଆଦିଲ୍ଲୀ,୨୫ା୩: ଭାରତୀୟ ନୌସେନା ଏବଂ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍ବି) ମଧ୍ୟରେ ୨ଟି ବୁଝାମଣାପତ୍ର (ଏମ୍ଓୟୁ) ସ୍ବାକ୍ଷର ହୋଇଥିବା ଜଣାପଡ଼ିଛି। ବିଶେଷ କରି ଉକ୍ତ ଏମ୍ଓୟୁ ଉଭୟ ପକ୍ଷଙ୍କ ମଧ୍ୟରେ ବ୍ୟାଙ୍କିଙ୍ଗ୍ ସେବା ସମ୍ପର୍କିତ କାରବାରର ଏକ ବାତାବରଣ ସୃଷ୍ଟି କରିବ। ଏପରିକି ପ୍ରଥମ ଏମ୍ଓୟୁରେ ପିଏନ୍ବି ଅଗ୍ନିରକ୍ଷକ ଖାତା ଭାରତୀୟ ନୌସେନାରେ ଯୋଗଦେବାକୁ ଥିବା ଅଗ୍ନିବୀରଙ୍କ ପାଇଁ ହୋଇଥିବା ବେଳେ ୨ୟ ଏମ୍ଓୟୁ ପିଏନ୍ବି ରକ୍ଷକ ପ୍ଲସ୍ ଯାହା ଭାରତୀୟ ନୌସେନାର ସ୍ବତନ୍ତ୍ର ବେତନଧାରୀ ଖାତା ଭାରତୀୟ ନୌସେନାର ପ୍ରତିରକ୍ଷା କର୍ମକର୍ତ୍ତା ଏବଂ ଭେଟେରାନ୍ସ (ପେନ୍ସନଭୋଗୀ)ଙ୍କ ପାଇଁ ଡିଜାଇନ କରାଯାଇଛି। ଏହି ପରିପ୍ରେକ୍ଷୀରେ ନୂଆଦିଲ୍ଲୀ ଠାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ ଭାରତୀୟ ନୌସେନାର ସିଏମ୍ଡିଇ (ପି ଆଣ୍ଡ ଇ) କମୋଡୋର ଏସ୍.କେ. ବର୍ମା ଏବଂ ପିଏନ୍ବିର ଜେନେରାଲ ମ୍ୟାନେଜର ସୁମେଶ କୁମାରଙ୍କ ମଧ୍ୟରେ ଉକ୍ତ ଏମ୍ଓୟୁ ସ୍ବାକ୍ଷରିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଭିଏସ୍ଏମ୍ (ପିଏନ୍ବିର ପରାମର୍ଶଦାତା ତଥା ମୁଖ୍ୟ ପ୍ରତିରକ୍ଷା ବ୍ୟାଙ୍କିଙ୍ଗ୍) ମେଜର ଜେନେରାଲ ରାଜ ସିହ୍ନା ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଅପରପକ୍ଷରେ ପିଏନ୍ବିର ସମସ୍ତ ବ୍ୟାଙ୍କିଙ୍ଗ୍ ସେବା ଓ ସୁବିଧା ସାଙ୍ଗକୁ ବିଭିନ୍ନ ପ୍ରକାର ବୀମା ଓ ଅନ୍ୟାନ୍ୟ ସ୍ବତନ୍ତ୍ର ସୁବିଧା ଭାରତୀୟ ନୌସେନା କର୍ମଚାରୀଙ୍କୁ ଯୋଗାଇଦେବ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି।