ଲଣ୍ଡନ,୯।୧୧: ଭାରତରେ ୭ ହଜାର କୋଟି ଟଙ୍କା ଠକେଇ ଅଭିଯୋଗରେ ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କୁ ଆଣିବା ପାଇଁ ରାସ୍ତା ସଫା ହୋଇଇଛି। ବ୍ରିଟେନ ହାଇକୋର୍ଟ ତାଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ତାଙ୍କୁ ପ୍ରତ୍ୟର୍ପଣ କରାଯିବା ଉଚିତ ନୁହେଁ ବୋଲି ନୀରବ ଆବେଦନ କରିଥିଲେ। ଏହି ପ୍ରସଙ୍ଗରେ କୋର୍ଟ କହିଛନ୍ତି, ନୀରବଙ୍କ ପ୍ରତ୍ୟର୍ପଣ କୌଣସି ଦୃଷ୍ଟିକୋଣରୁ ଅନ୍ୟାୟ ହେବ ନାହିଁ।
ସଚନାଯୋଗ୍ୟ, ନୀରବ ମୋଦି ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କକୁ ୭,୦୦୦ କୋଟି ଟଙ୍କା ଠକେଇ କରିଛନ୍ତି। ଏହା ପରେ ସେ ବିଦେଶକୁ ପଳାୟନ କରିଥିଲେ। ଭାରତ ସରକାର ବର୍ତ୍ତମାନ ଲଣ୍ଡନରୁ ନୀରବ ମୋଦିଙ୍କୁ ଯଥାଶୀଘ୍ର ଫେରାଇ ଆଣିବାକୁ ଚେଷ୍ଟା କରୁଛନ୍ତି। ପଳାତକ ନୀରବଙ୍କୁ ଭାରତ ଆଣିବା ପାଇଁ ଭାରତୀୟ ଏଜେନ୍ସି ସରକାର ଏବଂ ଆଇନଗତ ସ୍ତରରେ ଏକ ଆବେଦନ କରିଥିଲେ। ଏହି ଆବେଦନରେ କୁହାଯାଇଛି, ନୀରବ ମୋଦି ଭାରତର ବ୍ୟାଙ୍କିଙ୍ଗ ସିଷ୍ଟମକୁ ଠକିଛନ୍ତି।
ଏହି ଆବେଦନକୁ ବିରୋଧ କରି ନୀରବ ଅନେକ ଯୁକ୍ତି ଉପସ୍ଥାପନ କରିଥିଲେ।