Categories: ବାଣିଜ୍ୟ

କ୍ଷୁଦ୍ରଶିଳ୍ପକୁ ସହାୟତା ଦେବ ପିଏନ୍‌ବି

ଭୁବନେଶ୍ୱର,୩୧।୮: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି) ପକ୍ଷରୁ ଜାତୀୟ କ୍ଷୁଦ୍ରଶିଳ୍ପ ଦିବସ ବ୍ୟାଙ୍କ ପରିସରରେ ପାଳିତ ହୋଇଯାଇଛି। ଏହି ଅବସରରେ ବ୍ୟାଙ୍କ ପକ୍ଷରୁ ‘ପିଏନ୍‌ବି ସେବା ସ୍କିମ’ ନାମରେ ଏକ ଆକର୍ଷଣୀୟ ଅଫର ଆରମ୍ଭ କରାଯାଇଛି। କରୋନା ମହାମାରୀ ଯୋଗୁ ବିଭିନ୍ନ କ୍ଷୁଦ୍ରଶିଳ୍ପ ସଂସ୍ଥାଗୁଡିକର ଆର୍ଥିକ ଅବସ୍ଥା ଖରାପ ହେବା ସହ କାରବାରରେ ମାନ୍ଦାବସ୍ଥା ଜାରି ରହିଛି। ବ୍ୟାଙ୍କର ଏହି ସହାୟତା ଜରିଆରେ ଉକ୍ତ ସଂସ୍ଥାଗୁଡିକର ସ୍ଥିତିରେ ସୁଧାର ଆସିପାରିବ ବୋଲି ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ପିଏନ୍‌ବି ଏହି ମହାମରୀ ସମୟରେ ବିଭିନ୍ନ କ୍ଷୁଦ୍ରଶିଳ୍ପ ସଂସ୍ଥା ଓ ଋଣଗ୍ରହୀତାଙ୍କ ସହ ଛିଡା ହୋଇରହିଛି। ବ୍ୟାଙ୍କ ପକ୍ଷରୁ ବିଭିନ୍ନ ଏସ୍‌ଏମ୍‌ଇ ଏବଂ ଏମ୍‌ଏସ୍‌ଏମ୍‌ଇଗୁଡିକର ମାନ୍ଦାବସ୍ଥା ଦୂରୀକରଣ ପାଇଁ ସରକାରଙ୍କ ବିଭିନ୍ନ ସ୍କିମ ଜରିଆରେ ଋଣ ଯୋଗାଇ ଦେଉଛି। ଫଳରେ ଶିଳ୍ପ ସଂସ୍ଥାଗୁଡିକର ସ୍ଥିତିର ବ୍ୟାପକ ପରିବର୍ତ୍ତନ ସହ ନିଯୁକ୍ତି ଓ ଆର୍ଥିକବସ୍ଥାର ସୁଧାର ଆସିପାରିବ। ଏହି ସ୍କିମ୍‌ ଜରିଆରେ ବିଭିନ୍ନ ପ୍ରକାରର ସହଯୋଗ ସଂସ୍ଥାଗୁଡିକ ସଠିକ ସମୟରେ ପାଇପାରିବେ। ଏହି ସ୍କିମରେ ଋଣ ଉଠାଉଥିବା ସଂସ୍ଥାମାନଙ୍କୁ ଅତିକମ୍‌ରେ ୬ମାସର ରିହାତି ପ୍ରଦାନ ସହ ପ୍ରାୟ ୭ବର୍ଷ ସମୟସୀମା ମଧ୍ୟରେ ଋଣ ପରିଶୋଧ ପାଇଁ ସମୟସୀମା ଧାର୍ଯ୍ୟ କରାଯାଇଛି। ଏହି ସ୍କିମ୍‌କୁ ବିଭିନ୍ନ ବର୍ଗର ସଂସ୍ଥା ଓ ଗ୍ରାହକମାନେ ନେଇ ପାରିବେ ବା ଲାଭ ଉଠାଇ ପାରିବେ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି।

Share