Categories: ବାଣିଜ୍ୟ

ପିଏନ୍‌ବିର ୪ର୍ଥ ତ୍ରୈମାସିକ ଫଳାଫଳ

ନୂଆଦିଲ୍ଲୀ,୨୨।୫: ପଞ୍ଜାବ ନ୍ୟାଶନାଲ୍‌ ବ୍ୟାଙ୍କ (ପିଏନବି)ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ପିଏନବି ୨୦୨୨-୨୩ ଆର୍ଥିକ ବର୍ଷର ୪ର୍ଥ ତ୍ରୈମାସିକ ଫଳାଫଳ ସମ୍ପର୍କରେ ଘୋଷଣା କରିଛି। ଏପରିକି ବ୍ୟାଙ୍କ ୪ର୍ଥ ତ୍ରୈମାସରେ ଆଶାତୀତ ସଫଳତା ହାସଲ ସହ ଉତ୍ତମ ଆର୍ଥିକ ପ୍ରଦର୍ଶନ ଜାରି ରଖିଛି। ଉପରୋକ୍ତ ତ୍ରୈମାସରେ ବ୍ୟାଙ୍କ ପ୍ରାୟ ୧୧୫୯ କୋଟି ଟଙ୍କାର ନେଟ ଲାଭ ହାସଲ କରିଛି। ସେହିଭଳି ୨୦୨୧-୨୨ ଆର୍ଥିକ ବର୍ଷର ଏହି ସମୟ ମଧ୍ୟରେ ବ୍ୟାଙ୍କ ୪୭୩.୬% ଅଭିବୃଦ୍ଧି ହାସଲ କରିଛି। ଫଳରେ ବ୍ୟାଙ୍କର ଅନାଦାୟ ଋଣ ବା ଏନପିଏ ହାର ମଧ୍ୟ ୨.୭୨% କୁ ହ୍ରାସ ପାଇଛି। ସେହିଭଳି ୨୦୨୩ ଜାନୁୟାରୀରୁ ମାର୍ଚ୍ଚ ମାସ ମଧ୍ୟରେ ବ୍ୟାଙ୍କର ନେଟ୍‌ ସୁଧ ଆୟ ପ୍ରାୟ ୯,୪୯୯ କୋଟି ଟଙ୍କା ହୋଇଛି। ଯାହା ୨୦୨୧-୨୨ ଆର୍ଥିକ ବର୍ଷର ଉକ୍ତ ଅବଧି ମଧ୍ୟରେ ହୋଇଥିବା ଆୟ ତୁଳନାରେ ୩୦.୦୫% ଅଧିକ ରହିଛି। ସେହିପରି ଅସୁଲ ହୋଇପାରୁନଥିବା ଋଣ ଲାଗି ପ୍ରୋଭିଜନ ବାବଦରେ ବ୍ୟାଙ୍କ ୩୬୨୪.୭ କୋଟି ଟଙ୍କାର ବ୍ୟବସ୍ଥା କରିଛି।

Share