Categories: ବାଣିଜ୍ୟ

ଆଇଆର୍‌ଇଡିଏ ସହ ପିଏନ୍‌ବିର ବୁଝାମଣା

ଭୁବନେଶ୍ୱର,୨୬।୨: ଦେଶର ପ୍ରମୁଖ ଅକ୍ଷୟ ଶକ୍ତି ଉତ୍ପାଦନକାରୀ ସଂସ୍ଥା ତଥା ଇଣ୍ଡିଆନ୍‌ ରିନୁଏବୁଲ ଏନର୍ଜି ଡେଭଲପମେଣ୍ଟ ଏଜେନ୍ସି (ଆଇଆର୍‌ଇଡିଏ) ଏବଂ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି) ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ବିଶେଷକରି ଉଭୟ ସଂସ୍ଥା (ଆଇଆରଇଡିଏ ଏବଂ ପିଏନ୍‌ବି) ମିଳିତ ଭାବେ ଅକ୍ଷୟ ଶକ୍ତି ଉତ୍ପାଦନ ପାଇଁ ଆବଶ୍ୟକ ସହଯୋଗ ଯୋଗାଇଦେବା ଉଦ୍ଦେଶ୍ୟରେ ଏକ ବୁଝାମଣା ପତ୍ର (ଏମ୍‌ଓୟୁ) ସ୍ବାକ୍ଷରିତ ହୋଇଯାଇଛି।

ଏହି ପରିପ୍ରେକ୍ଷୀରେ ଆଇଆର୍‌ଇଡିଏ ମୁଖ୍ୟାଳୟ ନୂଆଦିଲ୍ଲୀଠାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ ପିଏନ୍‌ବିର ଏମ୍‌ଡି ତଥା ସିଇଓ ଅତୁଲ କୁମାର ଗୋଏଲ, ସିଜିଏମ୍‌ (ସିସି) ରାଜୀବ, ଜିଏମ୍‌ (ସିସି)ମୋହିତ ଧାଓ୍ବନ ଏବଂ ଜିଏମ୍‌ (ଇଏଲ୍‌ସିବି) ଗୌରବ ଗୁପ୍ତାଙ୍କ ସମେତ ଆଇଆର୍‌ଇଡିଏର ସିଏମ୍‌ଡି ପ୍ରଦୀପ କୁମାର ଦାସ, ନିର୍ଦ୍ଦେଶକ (ଅର୍ଥ) ଡ. ବି.କେ. ମହାନ୍ତି ଏବଂ ଜିଏମ୍‌ (ଅର୍ଥ)ଡ. ରମେଶ ଚନ୍ଦ୍ର ଶର୍ମା ଓ ଅନ୍ୟମାନେ ଉପସ୍ଥିତ ଥିଲେ।

Share