Categories: ବାଣିଜ୍ୟ

ଅମୁଲ ସହ ପିଏନ୍‌ବିର ସହଭାଗିତା

ଭୁବନେଶ୍ୱର,୩।୭: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି) ଏବଂ ଗୁଜରାଟ ସମବାୟ ଦୁଗ୍ଧ ବିତରଣ ଫେଡେରେଶନ (ଜିସିଏମଏମଏଫଏଲ) ବା ଅମୁଲ ସହ ଏକ ଦ୍ୱିପାକ୍ଷିକ ବୁଝାମଣା ହୋଇଥିବା ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ଭାରତ ସରକାରଙ୍କ ମୁଦ୍ରା ଯୋଜନାର ସମସ୍ତ ସୁବିଧା ଚାଷୀ ଓ ବ୍ୟବସାୟୀଙ୍କୁ ଯୋଗାଇ ଦେବା ଆଶାରେ ଉଭୟ ସଂସ୍ଥା ମଧ୍ୟରେ ସହଭାଗିତା ହୋଇଥିବା ଜଣାପଡିଛି। ଏପରିକି ଅମୁଲର ପ୍ରାୟ ୧୧ ଲକ୍ଷ ରିଟେଲର୍ସ ଓ ହୋଲସେଲ ଡିଲର୍ସମାନେ ଲାଭବାନ ହୋଇପାରିବେ ବୋଲି ଉଭୟ ପକ୍ଷରୁ କୁହାଯାଇଛି। ଏହି ପରିପ୍ରେକ୍ଷୀରେ ପିଏନବିର ନୂଆଦିଲ୍ଲୀର ଦ୍ୱାରକାସ୍ଥିତ କର୍ପୋରେଟ କାର୍ଯ୍ୟାଳୟଠାରେ ଆୟୋଜିତ ଏକ ସ୍ବତନ୍ତ୍ର ସାମାରୋହାରେ ଉକ୍ତ ବୁଝାମଣା ପତ୍ର (ଏମଓୟୁ) ସ୍ବାକ୍ଷରିତ ହୋଇଥିଲା। ଏହି ଅବସରରେ ଜିସିଏମଏମଏଫଏଲ(ଅମୁଲ)ର ଏମ୍‌ଡି ଜୟେନ ମେହେତା,ଏସଜିଏମ ଆଣ୍ଡ ସିଏଫଓ ଅତୁଲ ଅଗ୍ରଓ୍ବାଲଙ୍କ ସମେତ ପିଏନବିର ଇଡି ଏମ.ପରମାସିଭମ, ସିଜିଏମ ସୁନୀଲ କୁମାର ଚୁ୍ବଗ, ସିଜିଏମ ସୁନୀଲ ଗୋଏଲ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ୨୦୨୩ ଜୁଲାଇ ୧ରୁ ବିଧିବଦ୍ଧଭାବେ ଉକ୍ତ ବୁଝାବଣା କାର୍ଯ୍ୟକାରୀ ହେବ ବୋଲି ଉଭୟ ସଂସ୍ଥା ପକ୍ଷରୁ କୁହାଯାଇଛି।

Share