Categories: ବାଣିଜ୍ୟ

ପିଏନ୍‌ବିର ସତର୍କତା ସଚେତନତା ସପ୍ତାହ

ଭୁବନେଶ୍ୱର,୬।୧୧: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ର ସମ୍ବଲପୁର ମଣ୍ଡଳ କାର୍ଯ୍ୟାଳୟ ପକ୍ଷରୁ ସତର୍କତା ସଚେତନତା ସପ୍ତାହ ନିକଟରେ ପାଳିତ ହୋଇଯାଇଛି। ଏହି ଅବସରରେ ପିଏନ୍‌ବିର କର୍ମଚାରୀଙ୍କ ସମେତ ସାଧାରଣ ନାଗରିକମାନେ ମଧ୍ୟ ଭ୍ରଷ୍ଟ୍ରାଚାର ବିରୋଧରେ ସଚେତନ ହେବା ସହିତ ବିରୋଧ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିପାରିବେ ବୋଲି ବ୍ୟାଙ୍କ ପକ୍ଷରୁ ବିସ୍ତୃତ ଭାବେ ଆଲୋଚନା କରାଯାଇଛି। ଏହି ପରିପ୍ରେକ୍ଷୀରେ ସମ୍ବଲପୁରସ୍ଥିତ ମାଝୀପାଲୀ ନ୍ୟୁଟନ୍‌ ହାୟର ସେକେଣ୍ଡାରୀ ସ୍କୁଲ ଅଫ୍‌ ସାଇନ୍ସର ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀର ୩୫୦ରୁ ଅଧିକ ବିଦ୍ୟାର୍ଥୀଙ୍କ ମଧ୍ୟରେ ଭ୍ରଷ୍ଟାଚାରର ଅନ୍ମୁଲନ ଏବଂ ସତର୍କତା ସଚେତନତା ଶୀର୍ଷକ ବିଷୟବସ୍ତୁ ଉପରେ ଏକ ପ୍ରବନ୍ଧ ଏବଂ ପୋଷ୍ଟର ତିଆରି ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ଏପରିକି ଉକ୍ତ ପ୍ରତିଯୋଗିତାର ବିଜେତାମାନଙ୍କୁ ପିଏନ୍‌ବି ସମ୍ବଲପୁର ମଣ୍ଡଳର ମଣ୍ଡଳ ମୁଖ୍ୟ ଅଜିତ କୁମାର ମେହେର ଓ ନ୍ୟୁଟନ୍‌ ହାୟର ସେକେଣ୍ଡାରୀ ସ୍କୁଲ ଅଫ୍‌ ସାଇନ୍ସର ପ୍ରଧାନ ଶିକ୍ଷକ ତେଜରାଜ ପାତ୍ର ପୁରସ୍କୃତ କରିଥିଲେ। ପରିଶେଷର ପିଏନ୍‌ବିର ମୁଖ୍ୟ ପ୍ରବନ୍ଧକ ପାର୍ଥସାରଥୀ ମହାପାତ୍ର ବିଦ୍ୟାର୍ଥୀମାନଙ୍କୁ ଭ୍ରଷ୍ଟାଚାର ଅନ୍ମୁଲନ ଓ ସତ୍ୟନିଷ୍ଠାର ଶପଥ ପାଠ କରାଇଥିଲେ।

Share