ଭୁବନେଶ୍ୱର,୧।୫: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନବି)ର ପିଏନ୍ବି ଓ୍ବାନ୍ ଆପ୍ ଜରିଆରେ ଏକ ସ୍ବତନ୍ତ୍ର ମେଳା ‘ପିଏନବି ସପିଙ୍ଗ ଫେଷ୍ଟିଭ ଓ୍ବାନ୍’ର ଆୟୋଜନ କରାଯାଉଛି। ଏହି ମେଳା ୨୦୨୩ ମେ୧ରୁ ୭ ପର୍ଯ୍ୟନ୍ତ ଜାରି ରହିବ ବୋଲି ପିଏନବି ପକ୍ଷରୁ ସୂଚନା ଦିଆଯାଇଛି। ବିଶେଷ କରି ବ୍ୟାଙ୍କର ବ୍ୟାଙ୍କିଙ୍ଗ ଆପ ‘ପିଏନବି ଓ୍ବାନ‘ର ପିଏନବି ସପି ଲିଙ୍କ ଜରିଆରେ ଉପଭୋକ୍ତାମାନେ ସାମିଲ ହୋଇପାରିବେ। ଏପରିକି ବ୍ୟାଙ୍କର ବ୍ୟାଙ୍କିଙ୍ଗ ଆପ୍ଲିକେଶନ ‘ପିଏନବି ଓ୍ବାନ୍’ ଏବଂ ବ୍ୟାଙ୍କର ଇଣ୍ଟରନେଟ ବ୍ୟାଙ୍କିଙ୍ଗରେ ମଧ୍ୟ ଉପଲବ୍ଧ ରହିଛି।
ଏ ସମ୍ପର୍କରେ ପିଏନବିର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ( ଏମଡି ଆଣ୍ଡ ସିଇଓ) ଅତୁଲ କୁମାର ଗୋଏଲ କହିଥିଲେ, ଏକ ସପ୍ତାହବ୍ୟାପୀ ଏହି ଫେଷ୍ଟିଭାଲ ସମ୍ପର୍କରେ ଘୋଷଣା କରି ଆମେ ବେଶ ଉତ୍ସାହିତ ଅଛୁ। ଏପରିକି ବ୍ୟାଙ୍କର ଡିଜିଟାଲ ପ୍ଲାଟଫର୍ମ ପିଏନବି ଓ୍ବାନ ଜରିଆରେ ଇ-ମାର୍କେଟ ପ୍ଲସ ସେବାର ସୁବିଧା ଗ୍ରାହକଙ୍କୁ ଯୋଗାଇ ଦେଉଛି। ସେହିଭଳି ବ୍ୟାଙ୍କର ସବୁ ବର୍ଗର ଗ୍ରାହକ ଦେଶର ୪୦୦ରୁ ଅଧିକ ବ୍ୟବସାୟ କ୍ଷେତ୍ର ସହ ଭିନ୍ନ ବ୍ୟବସାୟୀ ଓ ବ୍ୟବସାୟ କରିବାର ଲାଭ ଉଠାଇପାରିବେ। ଏପରିକି କାରବାର ଜରିଆରେ ଗ୍ରାହକ ଅତିରିକ୍ତ ସୁବିଧା ମଧ୍ୟ ପାଇପାରିବେ ବୋଲି ସେ ମତପ୍ରକାଶ କରିଛନ୍ତି।