Categories: ବାଣିଜ୍ୟ

ପୋକୋ ଏମ୍‌୬ ପ୍ରୋ ୫ଜି ଉନ୍ମୋଚିତ

ଭୁବନେଶ୍ୱର,୧୪।୮: ପୋକୋ ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଏମ୍‌ ସିରିଜର ନୂତନ ଉପତ୍ାଦ ‘ପୋକୋ ଏମ୍‌୬ ପ୍ରୋ ୫ଜି’ର ବଜାର ପ୍ରବେଶ ନିକଟରେ ହୋଇଯାଇଛି। ବିଶେଷ କରି ପୋକୋ ଏମ୍‌୬ ପ୍ରୋ ୫ଜି, ୫ଜି ସ୍ମାର୍ଟଫୋନ୍‌ କ୍ଷେତ୍ରରେ ନୂତନ ମାନକ ଧାର୍ଯ୍ୟ କରିଛି, ଏହା ସ୍ନାପ୍‌ଡ୍ରାଗନ ୪ ଜେନ୍‌୨ ଚିପ୍‌ସେଟ୍‌ ଦ୍ୱାରା ପରିଚାଳିତ। ଯାହା ବାଧାମୁକ୍ତ ପ୍ରଦର୍ଶନ ସୁନିଶ୍ଚିତ କରୁଛି। ଏକ ଏକ୍ସପାନ୍‌ସିଭ୍‌ ୬.୭୯ ଇଞ୍ଚ ଡଟ୍‌ ଡିସ୍‌ପ୍ଲେ ସହ ଜଡିତ ଏହି ସ୍ମାର୍ଟଫୋନ୍‌ ଏକ ଅତୁଳନୀୟ ନିମଜ୍ଜିତ ଅନୁଭୂତି ପ୍ରଦାନ କରୁଥିବା ବେଳେ ଏହାର ପ୍ରିମିୟମ ଗ୍ଲାସ୍‌ ବ୍ୟାକ୍‌ ଡିଜାଇନ୍‌ ବିଳାସପୂର୍ଣ୍ଣତା ଓ ଆଧୁନିକ ସୌନ୍ଦର୍ଯ୍ୟତାକୁ ଦର୍ଶାଉଛି। ପୋକୋ ଏମ୍‌୬ ପ୍ରୋ ୫ଜି ୫୦ମେଗାପିକ୍ସେଲ୍‌ ପ୍ରାଇମେରୀ କ୍ୟାମେରା ସହ ଆକର୍ଷଣୀୟ ଫଟୋ କ୍ୟାପ୍ଚର କରୁଛି, ଯାହା ୨ ମେଗାପିକ୍ସେଲ୍‌ ଡେପ୍‌ଥ କ୍ୟାମେରା ଦ୍ୱାରା ଉନ୍ନତ ହୋଇଥାଏ।

Share