ମନ୍ଦିରରେ ପୂଜା ପାଉଛନ୍ତି କବି କାଳିଦାସ

ମହାକାଳପଡ଼ା,୨ା୧(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ବବକରପୁର ଗାଁରେ ରହିଛି କବି କାଳିଦାସଙ୍କ ମନ୍ଦିର ା ସେଠାରେ ରହିଛି କବିଙ୍କ ପଥର ନିର୍ମିତ ମୂର୍ତ୍ତି ା ଭାରତର ଅନ୍ୟ କୌଣସି ସ୍ଥାନରେ କବିଙ୍କ ମନ୍ଦିର ନାହିଁ ା ଏହି ମନ୍ଦିର କେଉଁ ଆବାହନ କାଳରୁ ରହିଛି। କେନ୍ଦ୍ରାପଡ଼ାର ପ୍ରଖ୍ୟାତ ଜମିଦାର ରାଧା ଶ୍ୟାମ ନରେନ୍ଦ୍ର ସଂସ୍କୃତ କାବ୍ୟ ରଚୟିତା ତଥା ମହାନ କବି କାଳିଦାସଙ୍କ ମନ୍ଦିର ନିର୍ମାଣ କରିଥିଲେ ା ସେଦିନଠାରୁ ଏହି ଗାଁରେ କବି ପୂଜା ପାଉଛନ୍ତି । ଗ୍ରାମବାସୀ ପ୍ରତିଦିନ କବିଙ୍କୁ ଧୂପ,ଦୀପ,ତୁଳସୀ ଓ ନୈବେଦ୍ୟ ଦେଇ ପୂଜା କରିଥାଆନ୍ତି। ସେଠାରେ କବିଙ୍କ ସହିତ କନକଦେବୀଙ୍କୁ ବି ପୂଜା କରାଯାଏ ା
ଦୈନଦିନ ନୀତିକାନ୍ତି ସହ ସକାଳ ଧୂପ ପରେ ବାଳଭୋଗ ଓ ମଧ୍ୟାହ୍ନରେ ଖେଚୁଡ଼ି ଖିରୀ ଭୋଗ କରାଯାଏ ା ସନ୍ଧ୍ୟାରେ ଫଳ ଫୁଲୁରି ଭୋଗ ଅର୍ପଣ ପରେ ପହଡ଼ ପଡ଼ିଥାଏ। ପ୍ରତିଦିନ ସନ୍ଧ୍ୟାରେ ସଂକୀର୍ତ୍ତନ ସହିତ ଭଜନ,ଜଣାଣ ଗାନ କରାଯାଏ। କେବଳ ସେତିକି ନୁହେଁ, କାଳୀଦାସଙ୍କ ସଂସ୍କୃତ କାବ୍ୟ ରିତୁ ସମ୍ଭାବମ ଗାନ କରାଯାଏ। ପାରମ୍ପରିକ ରୀତିରେ ପ୍ରତି ପର୍ବପର୍ବାଣୀ ବି ସେଠାରେ ପାଳନ କରାଯାଏ ା ବିଶେଷ କରି କାର୍ତ୍ତିକ ପୂର୍ଣ୍ଣିମାରେ କାଳିଦାସ ମହୋତ୍ସବ ପାଳନ ହୋଇଥାଏ। ରାଜା ମନ୍ଦିର ନୀତିକାନ୍ତି ପାଇଁ ୫ ଏକର ଜମି ଯୋଗାଇ ଦେଇଥିଲେ। ବିଶେଷ କରି ମାଘମାସ ଶ୍ରୀପଞ୍ଚମୀ କାଳିଦାସଙ୍କ ପୀଠରେ ମହାସମାରୋହରେ ପାଳିତ ହୋଇଥାଏ।
ତେବେ ଏହି ପ୍ରାଚୀନ ପୀଠକୁ ଆଜି ପର୍ଯ୍ୟନ୍ତ ପର୍ଯ୍ୟଟନସ୍ଥଳୀର ମାନ୍ୟତା ମିଳିନାହିଁ ା ଅନ୍ୟପକ୍ଷେ ପ୍ରତ୍ନତତ୍ତ୍ୱବିତ୍‌ମାନେ ଏ ସଂକ୍ରାନ୍ତରେ ଗବେଷଣା କଲେ ବହୁ ତଥ୍ୟ ପାଇ ପାରିବେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି ା କାହିଁକି ଉପରୋକ୍ତ ଗାଁରେ କବିଙ୍କ ମନ୍ଦିର ପ୍ରତିଷ୍ଠା ହେଲା ତାହା ଏବେ ବି ପ୍ରଶ୍ନବାଚୀ ହୋଇ ରହିଛି। ଏ ସଂକ୍ରାନ୍ତରେ ଐତିହାସିକ ତଥ୍ୟ ସଂଗ୍ରହ ଓ ଗବେଷଣା କଲେ ବହୁ କଥା ଲୋକ ଲୋଚନକୁ ଆସି ପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ା
ସୂଚନାଯୋଗ୍ୟ, ରାଜା ବିକ୍ରମାଦିତ୍ୟଙ୍କ ରାଜଦରବାରରେ ସପ୍ତକବିଙ୍କ ମଧ୍ୟରେ କାଳିଦାସ ଶ୍ରେଷ୍ଠ କବି ଥିଲେ ା କିମ୍ବଦନ୍ତୀ ଓ ଲୋକକଥା ଅନୁସାରେ ଜଣେ ରାଜାଙ୍କ ସୈନ୍ୟସାମନ୍ତ କାଳିଦାସଙ୍କ ମୂର୍ତ୍ତିକୁ ରାତିରେ ନେଇଯାଉଥିଲେ ା ହେଲେ ମୂର୍ତ୍ତିର ଓଜନ ଅଧିକ ହୋଇଯିବାରୁ ସେମାନେ ନେଇ ନ ପାରି ସ୍ଥାନ ଛାଡ଼ି ଚାଲି ଯାଇଥିଲେ । ପରଦିନ ରାତିରେ ଗ୍ରାମର ମୁରବୀଙ୍କୁ ସ୍ବପ୍ନାଦେଶ ହୋଇଥିଲା ା ମୁଁ ବିଲରେ ପଡ଼ିଛି ମୋତେ ଉଦ୍ଧାର କରି ପୂଜାର୍ଚ୍ଚନା କର ବୋଲି କବି କହିଥିଲେ ବୋଲି କାଳିଦାସଙ୍କ ପୂଜକ ସତ୍ୟବାନ ମିଶ୍ର ନିଜ ବାପାଙ୍କଠାରୁ ଶୁଣିଥିବା କଥା କହିଛନ୍ତି। ଅପରପକ୍ଷେ କାଳିଦାସ ବିପଦଆପଦରେ ଆମକୁ ରକ୍ଷା କରନ୍ତି ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି ା ସେହିପରି କାଳିଦାସଙ୍କ ଡାହାଣ ହାତରେ ପଦ୍ମଫୁଲ ନାଡ ଓ ବାମହାତରେ କଇଁ ଫୁଲ ନାଡ ଶୋଭାପାଉଛି। କାଳିଦାସଙ୍କ ମୂର୍ତ୍ତି ମୁଗୁନି ପଥରରେ ନିର୍ମିତ ହୋଇଛି ା ମୂର୍ତ୍ତିର ଗଠନ ଶୈଳୀକୁ ଲକ୍ଷ୍ୟ କଲେ ତାହା ଗୌତମବୁଦ୍ଧଙ୍କ ସମୟରେ ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି ା ତେବେ ବାଗ୍‌ଦେବୀ ସରସ୍ବତୀଙ୍କ ବରପୁତ୍ର କାଳିଦାସ ହୋଇଥିବାରୁ ଶ୍ରୀପଞ୍ଚମୀ ତିଥିରେ ବିଦ୍ୟାର୍ଥୀମାନେ କାଳିଦାସଙ୍କ ନିକଟରେ ଗୁଆ ବସାଇ ଉଚ୍ଚଶିକ୍ଷାରେ ସଫଳକା ପାଇଁ ମାନସିକ କରିବାର ପରମ୍ପରା ରହିଛି। ପ୍ରତି ବର୍ଷ କାଳିଦାସଙ୍କ ପୀଠରେ କାଳିଦାସ ଫାଉଣ୍ଡେଶନ ପକ୍ଷରୁ ସ୍ଥାନୀୟ ବିଦ୍ୱାନ ବ୍ୟକ୍ତିମାନଙ୍କୁ କାଳିଦାସ ସମ୍ମାନରେ ସମ୍ମାନିତ କରାଯାଏ ବୋଲି ଫାଉଣ୍ଡେଶନ ସମ୍ପାଦକ ଅଧ୍ୟାପକ ବୀରବର ଜେନା କହିଛନ୍ତି। ଅନ୍ୟପକ୍ଷେ ମହାରାଷ୍ଟ୍ରର ରାମଟେକଠାରେ କାଳିଦାସଙ୍କ ସ୍ମାରକୀ ସ୍ଥଳ ରହିଛି। ହେଲେ ସେଠାରେ କବିଙ୍କ ମୂର୍ତ୍ତି ନାହିଁ ବୋଲି ସୂଚନା ମିଳିଛି ା


Enter your email to get our daily news in your inbox.

All Right Reserved By Dharitri.Com

କଥା ଦେଇ କଥା ରଖିଲେ ଏମ୍‌ପି ସୁଜିତ କୁମାର; ଲାଞ୍ଜିଗଡ଼-କେସିଙ୍ଗା ପାଇଁ ୨ ଆମ୍ବୁଲାନ୍ସ ଲୋକାର୍ପିତ

ଭବାନୀପାଟଣା।ଲାଞ୍ଜିଗଡ, ୪।୩( ଉତ୍ତମ କୁମାର ଦାସ / ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ରାଜ୍ୟସଭା...

ବାଲ୍ୟ ବିବାହ ରୋକିଲା ବରଗଡ଼ ପ୍ରଶାସନ

ବରଗଡ଼,୪।୩(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ସିଲେଟ୍‌ ଗ୍ରାମରେ ହେବାକୁ ଥିବା ଏକ ବାଲ୍ୟ ବିବାହକୁ ମଙ୍ଗଳବାର ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଛି।...

କଳାହାଣ୍ଡିରେ ନୂତନ ଏସପିଙ୍କ ଦାୟିତ୍ୱ ଗ୍ରହଣ: ମାଓ ଦମନ,ଅପରାଧ ନିୟନ୍ତ୍ରଣକୁ ଦିଆଯିବ ପ୍ରାଥମିକତା

ଭବାନୀପାଟଣା ,୪।୩ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ନୂତନ ଏସ୍‌ପିି ଭାବେ ନାଗରାଜ ଦେବର କୋଣ୍ଡା ଦାୟିତ୍ୱ ଗ୍ରହଣ କରିଛନ୍ତି । ବିଦାୟୀ ଏସ୍‌ପିି...

୩୯୦ କେଜି ଗଞ୍ଜେଇ ଭର୍ତ୍ତି ଜିପ ଜବତ, ମାଫିଆ ଗାଡି ଛାଡି ଫେରାର

ଦାରିଙ୍ଗବାଡି, ୪ ।୩ (ଅରୁଣ ସାହୁ): ବ୍ରାହ୍ମଣୀଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଥାନା ଅଞ୍ଚଳରୁ ବାହାରକୁ ଚୋରା ଚାଲାଣ ପୂର୍ବରୁ ମାଡ଼ିବସିଲା ପୋଲିସ ଏଭଳି...

ଗାଁ ରାସ୍ତାରେ ବିଦେଶୀମଦ ବ୍ୟାଗ ଧରି ହୋଇଥିଲେ ଠିଆ : ବନ୍ଧା ହୋଇଗଲେ ଜେଲ୍‌

ଦିଗପହଣ୍ଡି,୪।୩(ଅଶେଷ ନାଥମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡି ପଞ୍ଚାୟତ ପିଲିକାଢିଅ ଗ୍ରାମର ବାରିକ ମଲ୍ଲିକଙ୍କୁ ମଙ୍ଗଳବାର ଦିଗପହଣ୍ଡି ଅବକାରୀ ଏସ୍‌ଆଇ ଅନିତା ପ୍ରଧାନ...

ବେନିୟମ ଗାଡ଼ି ଉପରେ ନଜର, ଭଞ୍ଜନଗର ଆରଟିଓ-ପୋଲିସ ପକ୍ଷରୁ ଚଢାଉ ଜୋରଦାର

ଭଞ୍ଜନଗର,୪।୩(ବାବୁଲା ପ୍ରଧାନ): ଭଞ୍ଜନଗର ଥାନା ଅଞ୍ଚଳରେ ଅନେକ ଗାଡ଼ି ବେନିୟମ ଭାବେ ଚାଲୁଛି। ସେଥିମଧ୍ୟରୁ କିଛି ଗାଡ଼ିର କାଗଜପତ୍ର ନାହିଁ। ଆଉ କିଛି ଗାଡ଼ି ଚାଳକ...

କାଉଗୁଡାଗ୍ରାମର ୩୦ ଚାଷୀଙ୍କ ସ୍ବପ୍ନ ସାକାର : ଜମିରେ ପାଚିଲା ଷ୍ଟ୍ରବରୀ ଦେଖି ଚାଷୀ ଆନନ୍ଦରେ ବିଭୋର

କୋରାପୁଟ,୪।୩(ଅମିତାଭ ବେହେରା ): ଗତ ୩ମାସ ଧରି ଜମିରେ କଠିନ ପରିଶ୍ରମ କରି ଷ୍ଟ୍ରବେରୀ ଫଳାଇଛନ୍ତି କୋରାପୁଟ ଜିଲାର କାଉଗୁଡା ଗ୍ରାମର ୩୦ ଜଣ ଚାଷୀ।...

ଚିକିଲି ଉଚ୍ଚ ବିଦ୍ୟାଳୟ ପକ୍ଷରୁ ବିଇଓଙ୍କୁ ସୱାଗତ ସମ୍ବର୍ଦ୍ଧନା

କୋକସରା,୪/୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକରେ ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ କୁମାର ଭାଟି କାର୍ଯ୍ୟରେ ଯୋଗଦାନ କରିଥିବାବେଳେ ମଙ୍ଗଳବାର ଚିକିଲି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image