ଜେଲରୁ ମୁକୁଳିଲେ ଅମରମଣି-ମଧୁମଣି ତ୍ରିପାଠୀ

ଲକ୍ଷ୍ନୌ,୨୫।୮: ଉତ୍ତର ପ୍ରଦେଶର ଚର୍ଚ୍ଚିତ କବୟତ୍ରୀ ମଧୁମିତା ଶୁକ୍ଳା ହତ୍ୟାକାଣ୍ଡରେ ପୂର୍ବତନ ମନ୍ତ୍ରୀ ଅମରମଣି ତ୍ରିପାଠୀ ଓ ତାଙ୍କ ପତ୍ନୀ ମଧୁମଣି ଜେଲରୁ ମୁକୁଳିଛନ୍ତି। ଉଭୟ ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ ହେବା ପରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିଲେ। ତେବେ ଜେଲରେ ଭଲ ଆଚରଣକୁ ନେଇ ମାମଲାର ୨୦ ବର୍ଷ ପରେ ସେମାନେ ମୁକ୍ତ ହୋଇଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ତାଙ୍କ ଅବଶିଷ୍ଟ ଦଣ୍ଡକୁ କ୍ଷମା କରାଯାଇଛି।
ସୂଚନାଯୋଗ୍ୟ, ମେ ୯, ୨୦୨୩ରେ ଲକ୍ଷ୍ନୌର ନିଶାଟଗଞ୍ଜର ପେପର ମିଲ କଲୋନୀରେ ଜଣାଶୁଣା କବି ମଧୁମିତା ଶୁକ୍ଲାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏହି ପ୍ରସଙ୍ଗରେ ରାଜନୀତି ଜୋର ଧରିବା ପରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ମାୟାବତୀ ଏହି ହତ୍ୟା ମାମଲାର ତଦନ୍ତ ସିବିଆଇକୁ ଦେଇଥିଲେ। ଯାଞ୍ଚବେଳେ ଅମରମଣି ସାକ୍ଷୀମାନଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଥିଲା, ପରେ ମାମଲାଟି ଡେରାଡୁନର ଫାଷ୍ଟ ଟ୍ରାକ କୋର୍ଟକୁ ସ୍ଥାନାନ୍ତର କରାଯାଇଥିଲା। ଯେଉଁଠାରେ ଅନୁସନ୍ଧାନକାରୀ ସଂସ୍ଥା ଅମରମଣି ଏବଂ ତାଙ୍କ ପତ୍ନୀ ମଧୁମଣିଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।

Share