ଟ୍ରମ୍ପ୍‌ଙ୍କ ପାଖକୁ ଜହର ପ୍ୟାକେଟ: ସୁରକ୍ଷା ଅଧିକାରୀଙ୍କ ହାତରେ ପଡ଼ିଲା ଧରା

ଓ୍ବାଶିଂଟନ, ୨୦।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପାଖକୁ ପଠାଯାଇଥିବା ଏକ ଜହର ପ୍ୟାକେଟ ସୁରକ୍ଷା ଅଧିକାରୀଙ୍କ ହାତରେ ଧରା ପଡ଼ିଛି। ଏଥିରେ ରିସିନ୍‌ ନାମକ ଜହର ଥିବା ପରୀକ୍ଷାରୁ ଜଣାପଡ଼ିଛି। ଏହି ଜହରକୁ କାଷ୍ଟର ବିନ୍ସ୍‌ରୁ ପ୍ରସ୍ତୁତ କରାଯାଇଥାଏ। ପ୍ରାୟତଃ ଏହାକୁ ଆତଙ୍କବାଦୀ ଆକ୍ରମଣରେ କରାଯାଇଥାଏ। ଏହା କାନାଡ଼ାରୁ ହ୍ବାଇଟ୍‌ ହାଉସ୍‌ ଆସିଥିବା ସୁରକ୍ଷା ଅଧିକାରୀମାନେ ଅନୁମାନ କରୁଛନ୍ତି। ହ୍ବାଇଟ୍‌ ହାଉସ୍‌ରେ କୌଣସି ପାର୍ସଲ ପହଞ୍ଚିଲେ ଏହାକୁ ପ୍ରଥମେ ସୁରକ୍ଷା ଅଧକାରୀ ଯାଞ୍ଚ୍‌ କରିଥାନ୍ତି। ସନ୍ଦିଗ୍ଧ ପାର୍ସଲକୁ ଅଲଗା କରି ଦିଆ ଯାଇଥାଏ। ଏହି ସନ୍ଦିଗ୍ଧ ପାର୍ସଲକୁ ମଧ୍ୟ ଅଲଗା କରାଯାଇ ଯାଞ୍ଚ୍‌ ହୋଇଥିଲା। ଏଥିରେ ଜହର ଥିବା ଜଣାପଡ଼ିଥିଲା। ଏବେ ଏହାର ତଦନ୍ତ ଦାୟିତ୍ୱ ଫେଡ଼େରାଲ ବ୍ୟୁରୋ ଅଫ୍‌ ଇନଭେଷ୍ଟିଗେଶନକୁ ହସ୍ତାନ୍ତର କରାଯାଇଛି। ଏହି ଜହର ପେଟକୁ ଗଲେ ପ୍ରବଳ ଅନ୍ତଃନାଳୀରେ କ୍ଷତ ସୃଷ୍ଟି କରେ। ଫଳରେ ରକ୍ତସ୍ରାବ ହୋଇଥାଏ। ଏହାଯୋଗୁ ସମ୍ପୃକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ମଧ୍ୟ ଘଟିଥାଏ ବୋଲି ତଦନ୍ତକାରୀ ଦଳ ପକ୍ଷରୁ ସୂଚନା ଦିଆଯାଇଛି।

Share