ମାଲକାନଗିରି,୨୧।୪(ଡି.ଏନ୍.ଏ.): ମାଲକାନଗିରି ଜିଲା ଏମ୍ପିଭି ୪୯ ଗ୍ରାମରେ ଜଳ ଛତ୍ରରେ ଗୁରୁବାର ଦୁର୍ବୃତ୍ତ ବିଷ ମିସାଇଦେଇଛନ୍ତି । ବିଷ ପାଣି ପିଇ ୩ ଗୁରୁତର ହୋଇଛନ୍ତି।
ସୂଚନାନୁଯାୟୀ, ମାଲକାନଗିରି ଜିଲା ଅନ୍ତର୍ଗତ ଏମ୍ପିଭି ୪୯ ଗ୍ରାମରେ ପ୍ରଚଣ୍ଡ ଖରାକୁ ଦୃଷ୍ଟିରେ ରଖି ଜଳ ଛତ୍ର ଖୋଲା ଯାଇଥିଲା । ଏହି ଜଳ ଛତ୍ରରେ କେହି ଦୁର୍ବୃତ୍ତ ବିଷ ମିଶାଇ ଦେଇଥିବା ବେଳେ ରାସ୍ତାରେ ଯାଉଥିବା ୩ ଜଣ ବାଟୋଇ ଏଥିରୁ ପାଣି ପିଇ ଥିଲେ । ଏହି ବିଷାକ୍ତ ପାଣି ପିଇ ୩ ଗୁରୁତର ହୋଇ ପଡ଼ିଥିଲେ। ତେବ ସେମାନଙ୍କୁ ତୁରନ୍ତ କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।