Categories: ଜାତୀୟ

ବିଷାକ୍ତ ମଦ ମୃତ୍ୟୁ: ଅଭିଯୁକ୍ତଙ୍କ ବିରୋଧରେ ଦେଶଦ୍ରୋହ ମାମଲା

ଆଲିଗଡ଼,୨୮।୫: ଉତ୍ତରପ୍ରଦେଶର ଆଲିଗଡରେ ବିଷାକ୍ତ ମଦ ପିଇ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ଦେଶଦ୍ରୋହ (ଏନ୍‌ଏସ୍‌ଏ) ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଲିଗଡ଼ ଜିଲା ଅଧିକାରୀ ଚନ୍ଦ୍ର ଭୂଷଣ ସିଂହ ବିଷାକ୍ତ ମଦ ପିଇ ବର୍ତ୍ତମାନ ସୁଦ୍ଧା ୧୧ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ଦେଇଛନ୍ତି। ଘଟଣାର ତଦନ୍ତ ଚାଲିଛି। ମୃତକମାନେ ଗ୍ରାମରେ ଥିବା ଦେଶି ମଦ ଭାଟିରୁ ମଦ ପିଇଥିଲେ। ଘଟଣା ପରେ ମଦ ଭାଟିକୁ ସିଲ କରି ଦିଆଯାଇଛି।

Share