Categories: ଜାତୀୟ

ବିଷାକ୍ତ ମଦ ନେଲା ୪ ଜୀବନ: ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବୁଲନ୍ଦସହର,୮।୧: ଉତ୍ତରପ୍ରଦେଶର ବୁଲନ୍ଦସହରରେ ଅଭାବନୀୟ ଘଟଣା ଘଟିଛି। ବିଷାକ୍ତ ମଦ ପିଇବା କାରଣରୁ ୪ ଜଣଙ୍କର ମୃତ୍ୟୁ ହୋଇଛି। ଏଥିପାଇଁ ପୋଲିସ ଷ୍ଟେଶନ ଦାୟିତ୍ୱରେ ଥିବା ଦୀକ୍ଷିତ କୁମାର ତ୍ୟାଗି, ଲାଇଟ ଇନଚାର୍ଜ ଏବଂ ଆଉଟପୋଷ୍ଟ ଇନ-ଚାର୍ଜ ଅନୋଖେ ପୁରୀଙ୍କୁ ନିଲମ୍ବିତ କରାଯାଇଛି। ଏହା ସହିତ ଏହି ମାମଲାରେ ତିନି ଜଣଙ୍କୁ ମଧ୍ୟ ଅଟକ ରଖାଯାଇଛି। ସିକନ୍ଦରବାଦ କୋତୱାଲି ଗ୍ରାମ ଜିତଗରୀରେ ବିଷାକ୍ତ ମଦ ପିଇ ଅନେକ ଲୋକ ଅସୁସ୍ଥ ହୋଇପଡିଥିଲେ। ସେମାନଙ୍କ ମଧ୍ୟରୁ ଚାରି ଜଣଙ୍କର ମତ୍ୟୁ ଘଟିଛି। ଏହା ବ୍ୟତୀତ ୧୬ ଜଣଙ୍କୁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ, ଅବକାରୀ ବିଭାଗର ସହଯୋଗରେ ବିଷାକ୍ତ ମଦ ବିକ୍ରି ହେଉଛି। ଏହି ଘଟଣା ପରେ ମଦ ମାଫିଆ କୁଲଦୀପ ଫେରାର ଅଛନ୍ତି। ଡିଏମ ରବିନ୍ଦ୍ର କୁମାର କହିଛନ୍ତି ଯେ ୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୧୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆମର ପ୍ରାଥମିକତା ହେଉଛି ଏହି ୧୬ ଜଣଙ୍କ ଜୀବନ ବଞ୍ଚାଇବା । ବୁଲନ୍ଦସହର ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଦୋଷୀମାନଙ୍କ ଉପରେ ଏନଏସଏ ଅଧୀନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Share