Categories: ଜାତୀୟ

ବିଷାକ୍ତ ମଦ ପିଇ ଆଜମଗଡରେ ୭ ମୃତ, ୧୨ ଅସୁସ୍ଥ

ଆଜମଗଡ଼,୨୧।୨: ଉତ୍ତରପ୍ରଦେଶର ଆଜମଗଡ ଜିଲାରେ ପୁଣି ଥରେ ବିଷାକ୍ତ ମଦ ନେଲା ଅନେକଙ୍କ ଜୀବନ। ବିଷାକ୍ତ ମଦ ପିଇ ଏପର୍ଯ୍ୟନ୍ତ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ରୁ ଊର୍ଦ୍ଧ୍ୱ ଲୋକ ଅସୁସ୍ଥ ଥିବା ଜଣାପଡ଼ିଛି। ଏହି ଘଟଣା ଯୋଗୁ ଅହିରୁଲା ଥାନା ଅଞ୍ଚଳର ଅନେକ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ଏନେଇ ଉତ୍ତ୍ୟକ୍ତ ଗ୍ରାମବାସୀ ମାହୁଲରେ ରାସ୍ତାଜାମ୍‌ କରିଛନ୍ତି। ଅନ୍ୟପଟେ ବିଧାନସଭା ନିର୍ବାଚନ ସମୟରେ ବେଆଇନ ମଦ ବ୍ୟବସାୟ ବୃଦ୍ଧି ପାଇଥିବାରୁ ଜିଲା ପ୍ରଶାସନର ଚିନ୍ତା ବଢ଼ିଛି। ସୂଚନାଯୋଗ୍ୟ, ରବିବାର ସନ୍ଧ୍ୟାରେ ଅହିରୁଲା ଥାନା ଅନ୍ତର୍ଗତ ମାହୁଲ ସ୍ଥିତ ଏକ ଦେଶୀ ମଦ ଦୋକାନରୁ ବିକ୍ରି ହୋଇଥିବା ସମସ୍ତ ମଦ ବିଷାକ୍ତ ଥିବା ଜଣାପଡ଼ିଛି। ଏହାକୁ ପିଇବା ପରେ ଏପର୍ଯ୍ୟନ୍ତ ୭ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏକାସାଙ୍ଗରେ ୧୨ରୁ ଉର୍ଦ୍ଧ୍ୱ ଲୋକ ବିଭିନ୍ନ ଡାକ୍ତରଖାନାରେ ଜୀବନ ଓ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି। ମୃତ୍ୟୁ ପରେ ସମଗ୍ର ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।

Share