ପଶ୍ଚିମବଙ୍ଗକୁ ବିଷାକ୍ତ ସାପ ଚାଲାଣ

ରାଇବଣିଆ,୧୯।୧୦(ନବୀନ ସାହୁ)ପଶ୍ଚିମବଙ୍ଗକୁ ଚୋରାଚାଲାଣ ବେଳେ ବୁଧବାର ଜଳେଶ୍ୱର ଷ୍ଟେଶନରୁ ୪ ସାପ ଜବତ କରାଯାଇଛି। ଏଥିରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ଆରପିଏଫ୍‌ ଧରି ବନ ବିଭାଗକୁ ହସ୍ତାନ୍ତର କରିଛି। ଅପରାହ୍ନ ସମୟରେ ଜଳେଶ୍ୱର ଷ୍ଟେଶନର ୧ନଂ. ପ୍ଲାଟଫର୍ମରେ ୨ଜଣ ବ୍ୟକ୍ତି ସନ୍ଦେହଜନକ ଅବସ୍ଥାରେ ବୁଲୁଥିବା ଦେଖି ରୂପ୍‌ସା ଆରପିଏଫ୍‌ଓ ସି କୁନ୍ଦନ କୁମାର ଝାଙ୍କ ନିର୍ଦ୍ଦେଶକ୍ରମେ ଏଏସ୍‌ଆଇ ତଲାସୀ କରିଥିଲେ। ସେମାନଙ୍କ ନିକଟରୁ ୪ଟି ଝୁଡିରୁ ୪ଟି ସାପକୁ ଜବତ କରାଯାଇଥିଲା। ସେହି ବିଷାକ୍ତ ସାପକୁ ତୁରନ୍ତ ଜଳେଶ୍ୱର ରେଞ୍ଜ ଅଫିସର ଜୟଶ୍ରୀ ମୁର୍ମୁଙ୍କୁ ହସ୍ତାନ୍ତର କରିଥିଲେ। ପରେ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି। ଗିରଫ ୨ଜଣ ହେଲେ ପଶ୍ଚିମବଙ୍ଗ ରାଜ୍ୟ ପଶ୍ଚିମ ମେଦିନୀପୁର ଜିଲାର ଡାବ୍ରା ଥାନା ଅଧୀନ ହରିଚରଣ ଗ୍ରାମର ଶଙ୍କର ଲାଏକ (୪୭) ଓ ମାନିକ ଲାଏକ (୩୫)।

Share