Posted inଖେଳ

ପାନୀୟରେ ବିଷାକ୍ତ ପ୍ରଦାର୍ଥ: ମାମଲା ରୁଜୁ କଲେ କ୍ରିକେଟର…

ଅଗରତାଲା,୩୧।୧ : ଭାରତର ଓପନିଂ ବ୍ୟାଟ୍ସମ୍ୟାନ ତଥା କର୍ନାଟକର ଅଧିନାୟକ ମୟଙ୍କ ଅଗ୍ରୱାଲଙ୍କୁ ତ୍ରିପୁରାର ରାଜଧାନୀ ଅଗରତାଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବିମାନରେ ସୁରଟ ଯାତ୍ରା ସମୟରେ ମୟଙ୍କ ଅସୁସ୍ଥ ହୋଇପଡିଥିଲେ। ସେ ପାଟି ଓ ଗଳାରେ ଜଳାପୋଡା ହେଉଥିବା ଅଭିଯୋଗ କରିଥିଲେ। ଏହା ପରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ବିଳମ୍ବିତ ରାତିରେ ଡାକ୍ତରଖାନା ପ୍ରଶାସନ କହିଥିଲେ ତାଙ୍କ ଅବସ୍ଥା ଭଲ ଅଛି ଏବଂ ସେ ବିପଦ ମୁକ୍ତ ଅଛନ୍ତି। ବୁଧବାର (ଜାନୁଆରୀ ୩୧) ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯିବ ବୋଲି ଜଣାପଡିଛି।
ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ମୟଙ୍କ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ତାଙ୍‌ ବିରୋଧରେ ଷଡଯନ୍ତ୍ର ହୋଇଥିବା ସେ ଅଭିଯୋଗ କରିଛନ୍ତି। ଇଣ୍ଡିଗୋ ଉଡ଼ାଣରେ ପାଣି ଭାବି ମୟଙ୍କ ଏକ ବିଷାକ୍ତ ପଦାର୍ଥ ଥିବା ପାନୀୟକୁ ଭୁଲରେ ବ୍ୟବହାର କରିଥିଲେ। ଏହାକୁ ବିମାନରେ ଥିବା ତାଙ୍କ ସିଟରେ ରଖାଯାଇଥିଲା। ଏହା ପରେ ସେ ଅସୁସ୍ଥ ହୋଇପଡ଼ିଥିଲେ। ମୟଙ୍କ ତାଙ୍କ ମ୍ୟାନେଜରଙ୍କ ମାଧ୍ୟମରେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ପଶ୍ଚିମ ତ୍ରିପୁରା ପୋଲିସ ଅଧୀକ୍ଷକ କିରଣ କୁମାର ଏହା ନିଶ୍ଚିତ କରିଛନ୍ତି। ସେ କହିଛନ୍ତି ମୟଙ୍କଙ୍କର ମ୍ୟାନେଜର ନ୍ୟୁ କ୍ୟାପିଟାଲ କମ୍ପ୍ଲେକ୍ସ ପୋଲିସ ଷ୍ଟେଶନରେ ଅଭିଯୋଗ କରିଛନ୍ତି।

ବରିଷ୍ଠ ପୋଲିସ ଅଧିକାରୀ ଏହା ମଧ୍ୟ କହିଛନ୍ତି, ତାଙ୍କର ମ୍ୟାନେଜର କହିଛନ୍ତି ଯେତେବେଳେ ସେ ବିମାନରେ ବସିଥିଲେ, ତାଙ୍କ ସାମ୍ନାରେ ଏକ ବ୍ୟାଗ ଥିଲା। ସେ ଅଧିକ ମାତ୍ରାରେ ପାଣି ପିଇ ନ ଥିଲେ କିନ୍ତୁ ଟିକିଏ ପାଣି ପିଇଥିଲେ, କିନ୍ତୁ ହଠାତ ସେ ଏକ ଜ୍ୱଳନ୍ତ ଅନୁଭବ କଲେ । ସେ କଥାବାର୍ତ୍ତା କରିବାରେ ମଧ୍ୟ ସକ୍ଷମ ହୋଇ ନ ଥିଲେ ଏବଂ ତାଙ୍କୁ ଆଇଏଲଏସ ଡାକ୍ତରଖାନାକୁ ଅଣାଯାଇଥିଲା। ତାଙ୍କ ପାଟିରେ ଫୁଲା ଓ ଘା ’ହୋଇ ଯାଇଥିଲା। ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ରହିଛି।

ରାଜ୍ୟ ସ୍ବାସ୍ଥ୍ୟ ସଚିବ କିରଣ ଗୀତା କହିଛନ୍ତି, ପୋଲିସ ତାଙ୍କ ଅଭିଯୋଗକୁ ଗ୍ରହଣ କରିଛି ଏବଂ ଆମେ କ’ଣ ଘଟିଛି ତାହାର ଅନୁସନ୍ଧାନ କରିବୁ। ତାଙ୍କ ମ୍ୟାନେଜରଙ୍କ କହିବାନୁସାରେ, ସେ ବେଙ୍ଗାଲୁରୁ ଯିବେ ଏବଂ ଏହି ସମୟ ମଧ୍ୟରେ, ଆମେ ତାଙ୍କୁ ଅଗରତାଲାରେ ଯାହା ଭଲ ଚିକିତ୍ସା ଉପଲବ୍ଧ କରାଇବୁ ତାହା ପ୍ରଦାନ କରିବୁ।

 

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପରିସ୍ଥିତି ନା ରଣନୀତି…ହେମନ୍ତ ସୋରେନଙ୍କ ବରହେଟ୍‌ରେ କାହିଁକି ପ୍ରାର୍ଥୀ ଦେଉନାହିଁ ଭାଜପା?

ରାଞ୍ଚି,୨୬।୧୦: ଝାଡ଼ଖଣ୍ଡର ୬୮ ଆସନରେ ନିର୍ବାଚନ ଲଢ଼ୁଥିବା ଭାଜପା ୬୬ ଆସନରେ ପ୍ରାର୍ଥୀ ଘୋଷଣା କରିଛି। ହେଲେ ଯେଉଁ ୨ ଆସନରେ ଦଳ ପ୍ରାର୍ଥୀ ଦେଇ...

୨୨ ବର୍ଷରେ ଇତିହାସ ରଚିଲେ ଜୟସ୍ବାଲ, ଭାଙ୍ଗିଲେ ୪୫ ବର୍ଷ ପୁରୁଣା ରେକର୍ଡ

ପୁଣେ,୨୫।୧୦: ଟିମ୍‌ ଇଣ୍ଡିଆର ଯୁବ ଓପନର୍‌ ଯଶସ୍ବୀ ଜୟସ୍ବାଲ ନୂଆ ରେକର୍ଡ ନିଜ ନାମରେ କରିଛନ୍ତି। ଚଳିତ ବର୍ଷ ସେ ଟେଷ୍ଟ ଫର୍ମାଟରେ ସେ ଜବରଦସ୍ତ...

ଝାଡ଼ଖଣ୍ଡ ନିର୍ବାଚନ ମଇଦାନକୁ ଓହ୍ଲାଇଲେ ମହେନ୍ଦ୍ର ସିଂ ଧୋନୀ

ନୂଆଦିଲ୍ଲୀ,୨୬।୧୦: ନିର୍ବାଚନ ମଇଦାନରେ ନଜର ଆସିବେ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ନିକଟରେ ହେବାକୁ ଥିବା ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ତାଙ୍କୁ ଦେଖିବାକୁ...

ଇତିହାସ ରଚିଦେଲା ନ୍ୟୁଜିଲାଣ୍ଡ, ୧୨ ବର୍ଷ ପରେ ଘରୋଇ ମାଟିରେ ହାରିଲା ଟିମ୍‌ ଇଣ୍ଡିଆ

ପୁଣେ,୨୬।୧୦: ଭାରତ ବିପକ୍ଷ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍‌କୁ ଜିତିନେଇଛି ନ୍ୟୁଜିଲାଣ୍ଡ। ଫଳରେ ଦଳ ୧୨ ବର୍ଷ ପରେ ଭାରତ ମାଟିରେ ସିରିଜ ଜିତି ଇତିହାସ...

କାହିଁକି ଶାମିଙ୍କୁ ମିଳିଲାନି ଭାରତୀୟ ଦଳରେ ସ୍ଥାନ

ନୂଆଦିଲ୍ଲୀ,୨୬।୧୦: କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ବର୍ଡର-ଗାଭାସ୍କର ଟ୍ରଫି ପାଇଁ ୧୮ ଜଣିଆ ଟିମ ଇଣ୍ଡିଆ ଘୋଷଣା କରିଛି। ଅଷ୍ଟ୍ରେଲିଆ ଗସ୍ତରେ ଖେଳାଯାଇଥିବା ଏହି...

ସଙ୍କଟରେ ଟିମ୍‌ ଇଣ୍ଡିଆ: ସ୍ପିନ୍‌ ଖେଳିବାରେ ବିଫଳ

ପୁଣେ, ୨୬।୧୦:କ୍ୱାଲିଟି ସ୍ପିନ୍‌ ବୋଲିଂକୁ ମୁକାବିଲା କରିବାରେ ଭାରତୀୟ ବ୍ୟାଟରଙ୍କ ବିଫଳତା ପଦାରେ ପଡ଼ିଛି। ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ମାତ୍ର ୧୫୬...

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା: ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ, ୨୬।୧୦:ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଦିଲ୍ଲୀ ସ୍ପିଡ୍‌ଷ୍ଟର ହର୍ଷିତ ରାଣା ଓ ଆନ୍ଧ୍ର ସିମ୍‌...

ଖୋ ଖୋ ବିଶ୍ୱକପ୍‌ରେ ଭାଗ ନେବେ ୨୪ ଦେଶ

ନୂଆଦିଲ୍ଲୀ, ୨୬ା୧୦: ସ୍ଥାନୀୟ ଇନ୍ଦିରାଗାନ୍ଧୀ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଆସନ୍ତାବର୍ଷ ଜାନୁଆରୀ ୧୩ରୁ ୧୯ ତାରିଖ ପର୍ଯ୍ୟନ୍ତ ଖୋଖୋ ବିଶ୍ୱକପ୍‌ର ପ୍ରଥମ ସଂସ୍କରଣ ଅନୁଷ୍ଠିତ ହେବ। ଏଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri