ପିଓକେରେ ପ୍ରଦର୍ଶନ: ଆମକୁ ପାକିସ୍ତାନ କବଳରୁ ମୁକ୍ତି ଦିଅ ମୋଦି…

ଇସଲାମାବାଦ,୧୧।୯ : ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ରେ ରହୁଥିବା ଲୋକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପାକିସ୍ତାନ କବଳରୁ ସେମାନଙ୍କୁ ମୁକ୍ତି ଦେବାକୁ ଦାବି କରିଛନ୍ତି। ସମ୍ପ୍ରତି ପିଓକେରେ ପାକିସ୍ତାନ ବିରୋଧୀ ପ୍ରଦର୍ଶନ ଜାରି ରହିିଛି। ଆକାଶଛୁଆଁ ମୁଦ୍ରାସ୍ଫୀତି, ଖାଦ୍ୟ ଅଭାବ ଏବଂ ଅତ୍ୟଧିକ ଟିକସ ବିରୋଧରେ ଲୋକମାନେ ପିଓକେର ସହର ଏବଂ ଗ୍ରାମରେ ରାସ୍ତାରେ ପ୍ରଦର୍ଶନ କରୁଛନ୍ତି।

ସାଧାରଣ ଜନତାଙ୍କ ଉଦବେଗ ପ୍ରକାଶ କରି କଶ୍ମୀରର କାର୍ଯ୍ୟକର୍ତ୍ତା ଶବ୍ବିର ଚୌଧୁରୀ ଏହି ଅଞ୍ଚଳରେ ବ୍ୟାପକ ବିରୋଧ ପ୍ରଦର୍ଶନ ପାଇଁ ପାକିସ୍ତାନକୁ ଦାୟୀ କରିଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିବା ଏକ ନୂତନ ଭିଡିଓରେ ଚୌଧୁରୀ ପ୍ରକାଶ କରିଛନ୍ତି ପିଓକେର ଲୋକମାନେ ମୁଦ୍ରାସ୍ଫୀତି, ବିଦ୍ୟୁତ କାଟ, ଖାଦ୍ୟ ନିରାପତ୍ତା ଏବଂ ଅନ୍ୟାୟ ଟିକସ ସହ ସଂଘର୍ଷ କରୁଛନ୍ତି। ଏଥିସହ ସେ କହିଛନ୍ତି ପାକିସ୍ତାନର ବେଆଇନ ଦଖଲାରୁ ମୁକ୍ତି ପାଇବା ପାଇଁ ପିଓକେ ଲୋକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହାୟତା ଲୋଡିଛନ୍ତି।

ପିଓକେରେ ଥିବା ଲାଇନ ଅଫ କଣ୍ଟ୍ରୋଲ ନିକଟରେ ରହୁଥିବା ଲୋକମାନେ ପାକିସ୍ତାନର ବେଆଇନ ଦଖଲରୁ ଆମକୁ ମୁକ୍ତ କରିବାକୁ ଭାରତୀୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଉଦ୍ଦେଶ୍ୟରେ ସ୍ଲୋଗାନ ଦେଉଥିବାର ଶୁଣିବାକୁ ମିଳିଛି। ଆମକୁ ବଞ୍ଚାଅ, ଆମେ ଭୋକରେ ମରୁଛୁ, ଦୟାକରି ଏଠାକୁ ଆସ ଏବଂ ଆମକୁ ସାହାଯ୍ୟ କର। ଏଥିପାଇଁ ପାକିସ୍ତାନ ମଧ୍ୟ ଚିନ୍ତିତ। ପିଓକେର ଲୋକମାନେ କହିଛନ୍ତି ପାକିସ୍ତାନ ସରକାର କ୍ରମାଗତ ଭାବରେ ଅଧିକୃତ କଶ୍ମୀର ଏବଂ ଗିଲଗିଟ ବାଲ୍ଟିସ୍ତାନର ବାସିନ୍ଦାଙ୍କୁ ଦ୍ୱିତୀୟ ଶ୍ରେଣୀର ନାଗରିକଙ୍କ ଭଳି ବ୍ୟବହାର କରୁଛନ୍ତି।

Share