ପିଓକେ ଭାରତର ଅବିଚ୍ଛେଦ୍ୟ ଅଙ୍ଗ, ୟୁଏଇର ଉପ-ପ୍ରଧାନମନ୍ତ୍ରୀ ଜାରି କଲେ ନକ୍ସା

ଅବୁଧାବି/ନୂଆଦିଲ୍ଲୀ,୧୫।୯: କଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ଆଉ ନିଜର ବନ୍ଧୁତ୍ୱପୂର୍ଣ୍ଣ ଦେଶର ସମର୍ଥନ ପାଇବ ନାହିଁ। ପାକିସ୍ତାନର ନିକଟବର୍ତ୍ତୀ ସଂଯୁକ୍ତ ଆରବ ଏମିରେଟ୍ସ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ) ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ବୋଲି ସ୍ବୀକାର କରିଛି। ଏଥିପାଇଁ ସଂଯୁକ୍ତ ଆରବ ଏମିରେଟ୍ସ ମାନଚିତ୍ର ଜାରି କରି ପାକିସ୍ତାନ ଅଧିକୃତ କଶ୍ମୀରକୁ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ବୋଲି ଘୋଷଣା କରିଛି, ଯାହା ପାକିସ୍ତାନ ପାଇଁ ଏକ ବଡ ଝଟକା।

ରିପୋର୍ଟ ଅନୁଯାୟୀ, ୟୁଏଇର ଉପ-ପ୍ରଧାନମନ୍ତ୍ରୀ ସୈଫ ବିନ ଜାୟଦ ଅଲ ନାହୟାନ ନୂଆଦିଲ୍ଲୀରେ ଅନୁଷ୍ଠିତ ଶିଖର ସମ୍ମିଳନୀର ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ଭାରତ-ମଧ୍ୟ ପୂର୍ବ-ୟୁରୋପ ଅର୍ଥନୈତିକ କରିଡର ଦେଖାଯାଇଛି। ବଡ କଥା ହେଉଛି, ୟୁଏଇର ଉପ-ପ୍ରଧାନମନ୍ତ୍ରୀ ଶେୟାର କରିଥିବା ଭିଡିଓରେ ସମଗ୍ର କଶ୍ମୀରକୁ ଭାରତର ଏକ ଅଂଶ ଭାବରେ ଦର୍ଶାଯାଇଛି। ଏଥିରେ ପିଓକେ ଏବଂ ଆକସାଇ ଚାଇନାର କିଛି ଅଂଶ ମଧ୍ୟ ଅନ୍ତର୍ଭୁକ୍ତ। ସୂଚନାଯୋଗ୍ୟ, ପିଓକେ ହେଉଛି ସେହି ଅଂଶ ଯାହାକୁ ପାକିସ୍ତାନ ବେଆଇନ ଭାବରେ ଦଖଲ କରିଛି।

Share