ୱାର୍ସୋ,୧୪।୮: ୱାଗନର୍ ଗ୍ରୁପ ପାଇଁ ଗୁପ୍ତଚର ତଥା ପ୍ରଚାର ପ୍ରସାର ଅଭିଯୋଗରେ ପୋଲାଣ୍ଡ ଦୁଇ ରୁଷିଆ ନାଗରିକଙ୍କୁ ଗିରଫ କରିଛି। ତାଙ୍କ ଉପରେ ରାଜଧାନୀ ୱାର୍ସୋ ଏବଂ ପୋଲାଣ୍ଡର ଦ୍ୱିତୀୟ ବୃହତ୍ତମ ସହର କ୍ରାକୋରେ ଗୁପ୍ତଚର କରିଥିବା ଅଭିଯୋଗ ହୋଇଛି।
ସୋମବାର ପୋଲାଣ୍ଡର ଆଭ୍ୟନ୍ତରୀଣ ମନ୍ତ୍ରୀ ମାରିୟସ କାମିନସ୍କି କହିଛନ୍ତି ଯେ, ୨ ଜଣଙ୍କ ଉପରେ ୱାଗନର୍ ଗ୍ରୁପ ପାଇଁ ଗୁପ୍ତଚର ତଥା ପ୍ରଚାର ପ୍ରସାର ଅଭିଯୋଗ ହୋଇଛି। ପଡୋଶୀ ବେଲାରୁଷ ସ୍ଥିତ ବ୍ୟବସାୟୀ ଗୋଷ୍ଠୀ ଦ୍ୱାରା ଉତ୍ତେଜନା ପରେ ପୋଲାଣ୍ଡ ସତର୍କ ସୂଚନା ଜାରି କରିଛି। ସେ କହିଛନ୍ତି ଯେ, ଆମେ ଏକ ଉପଯୁକ୍ତ ଜବାବ ଦେବୁ। ଦୁଇ ଦେଶ ମଧ୍ୟରେ ସୀମାରେ ସୈନିନିକଙ୍କ ସଂଖ୍ୟାକୁ ବଢାଇ ୧୦ ହଜାର କରାଯିବ।