୪୫ ରୁଷୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କଲା ପୋଲାଣ୍ଡ

ଓ୍ବାର୍‌ସ, ୨୪ା୩: ଗୁପ୍ତଚରଗିରି କରୁଥିବା ଅଭିଯୋଗରେ ରୁଷିଆର ୪୫ କୂଟନୀତିଜ୍ଞଙ୍କୁ ପୋଲାଣ୍ଡ ବହିଷ୍କାର କରିଛି। ଏ ନେଇ ପୋଲାଣ୍ଡ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ପୋଲାଣ୍ଡ ସ୍ପେଶାଲ ସର୍ଭିସେସ୍‌ର ଜଣେ ମୁଖପାତ୍ର ଷ୍ଟାନିସ୍‌ଲ ଜରିନ୍‌ କହିଛନ୍ତି, ସମ୍ପୃକ୍ତ ୪୫ କୂଟନୀତିଜ୍ଞ ଦେଶ ବିରୋଧରେ ଗୋଇନ୍ଦାଗିରି କରିବା ଅଥବା ସ୍ପାଏଙ୍କ ସହ ସମ୍ପର୍କରେ ରହିଥିବା ଜଣାପଡ଼ିଛି। ପୋଲାଣ୍ଡରେ ଅବସ୍ଥାପିତ ରୁଷିଆ ରାଷ୍ଟ୍ରଦୂତ ସେର୍‌ଗି ଆଣ୍ଡ୍ରୋୟେଭ୍‌ ମଧ୍ୟ କୂଟନୀତିଜ୍ଞଙ୍କୁ ବହିଷ୍କାର କରାଯିବା କଥା ସ୍ପଷ୍ଟ କରିବା ସହ ସେମାନଙ୍କୁ ୫ ଦିନ ମଧ୍ୟରେ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ରହିଥିବା କହିଛନ୍ତି। ପୋଲାଣ୍ଡର ଅଭିଯୋଗ ଭିତ୍ତିହୀନ ବୋଲି ସେ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ବେଲାରୁଷ ବ୍ରେଷ୍ଟ୍‌ରେ ଥିବା ୟୁକ୍ରେନ୍‌ କନ୍‌ସୁଲେଟ୍‌ ବନ୍ଦ କରିବା ସହ କେତେଜଣ ୟୁକ୍ରେନୀୟ କୂଟନୀତିଜ୍ଞଙ୍କୁ ଦେଶ ଛାଡ଼ିବାକୁ କହିଛି। ୟୁକ୍ରେନ୍‌ ଡିପ୍ଲୋମାଟିକ୍‌ ମିଶନର କେବଳ ୫ ଜଣ ବେଲାରୁଷ୍‌ରେ ରହିବାକୁ ଅନୁମତି ରହିଛି।

Share