ବେଲାରୁସର ଦାବି, ୧୦୦ ଭାରତୀୟ ଛାତ୍ରଙ୍କୁ ପିଟିଛନ୍ତି ପୋଲାଣ୍ଡ ସୀମା ସୁରକ୍ଷାବଳ

ମିନ୍‌ସ୍କ,୩ ।୩: ରୁଷିଆ-ୟୁକ୍ରେନ ଯୁଦ୍ଧରେ ୟୁକ୍ରେନରେ ଫସି ରହିଥିବା ଭାରତୀୟ ଛାତ୍ରମାନେ ଜୀବନ ବଞ୍ଚାଇବାକୁ ଏହାର ପଡୋଶୀ ଦେଶ ଅଭିମୁଖେ ଚାଲି ଆସୁଛନ୍ତି । ଏବେ ଏହାକୁ ନେଇ ବେଲାରୁସ ଏକ ଚମକାଇବା ଭଳି ଖବର ଦେଇଛି । ବୁଧବାର ବେଲାରୁସ ଦାବି କରିଛି ଯେ ପୋଲାଣ୍ଡ ଆସୁଥିବା ପ୍ରାୟ ୧୦୦ ଭାରତୀୟ ଛାତ୍ରଙ୍କୁ ପୋଲାଣ୍ଡ ସୀମା ସୁରକ୍ଷା ବଳ ପିଟିବା ସହ ୟୁକ୍ରେନ୍ ଯିବାକୁ ଧକ୍କା ଲଗାଇଛନ୍ତି । ଏହାପରେ ଏମାନଙ୍କୁ ରୋମାନିଆର ଶରଣାର୍ଥୀ ଶିବିରରେ ରଖାଯାଇଥିଲା । ଏପଟେ ଭାରତରେ ଥିବା ରୁଷିଆ ଦୂତାବାସର ସୂଚନା ଅନୁଯାୟୀ, ୟୁକ୍ରେନ୍ ସୁରକ୍ଷାକର୍ମୀ ଭାରତୀୟ ଛାତ୍ରଙ୍କୁ ହ୍ୟୁମାନ ସିଲଡ ଭାବେ ବ୍ୟବହାର କରାଯାଉଛି ଓ ରୁଷିଆ ପହଞ୍ଚିବାକୁ ଦିଆଯାଉନାହିଁ । ମିଳିତ ଜାତିସଂଘରେ ବେଲାରୁସର ରାଷ୍ଟ୍ରଦୂତ ଭାଲେଣ୍ଟିନ ରାଇବାକୋଭ ବୁଧବାର ମିଳିତ ଜାତିସଂଘର ସାଧାରଣ ସଭାରେ ଏକ ବିବୃତ୍ତି ଦେବାବେଳେ ଏହି ମନ୍ତବ୍ୟ ଦେଇଛନ୍ତି ।

Share