Categories: ଫୁରସତ

ନଦୀ ଉପରେ ଲ୍ୟାଣ୍ଡ କଲା ବିମାନ, ଥିଲେ ୩୦ଯାତ୍ରୀ ୪କ୍ରୁ ମେମ୍ବର, ଫଟୋ ଦେଖିଲେ ଶିହରି ଉଠିବେ

ଅଧିକାଂଶ ସମୟେ ଟେକ୍ନିକାଲ କିମ୍ବା ପାଇଲଟଙ୍କ ଭୁଲ ଯୋଗୁ ଭୟାନକ ବିମାନ ଦୁର୍ଘଟଣା ଘଟିଥାଏ। କେଇଥର ପାଇଲଟ କୌଣସି ରେସିଡେଣ୍ଟେଟିଆଲ ଇଲାକା କିମ୍ବା କୌଣସି ସଡକରେ ଫ୍ଲାଇଟ ଲ୍ୟାଣ୍ଡିଂ କରିଦେଇଥିବା ଖବର ଶୁଣିବାକୁ ପାଇଥିବେ। କିନ୍ତୁ ନିକଟରେ ଘଟିଥିବା ଏପରି ଏକ ମାମଲା ବିଷୟରେ ଶୁଣିଲେ ଆପଣଙ୍କ ଛାତିଥରି ଉଠିବ।

ଋଷିଆର ପୋଲାର ଏୟାରଲାଇନ୍ସର ୟାକୁତ୍ସୁ-ଜାୟର୍ଜକର-ସ୍ପେଡନେକୋଲସ୍ମିକ ନାମକ ବିମାନ ଉଡାଣ ଭରିଥିଲା। କିନ୍ତୁ ତାହା ଜିର୍ୟକା ଏୟାର ରୁଟ୍‌ରେ ଲ୍ୟାଣ୍ଡ କରିବା ବଦଳରେ ପାଇଲଟ ଅଲଗା ରୁଟ୍‌ରେ ନେଇ କୋଲିମା ନଦୀରେ ଲ୍ୟାଣ୍ଡ କରି ଦେଇଥିଲା। ଆଶ୍ୱସ୍ତିକର କଥା ଏହା କି, ନଦୀଟି ସେତେବେଳେ ବରଫରେ ଜମି ଯାଇଥିଲା। ବିମାନରେ ୩୦ଯାତ୍ରୀ ଓ ୪ଜଣ କ୍ରୁ-ମେମ୍ବେର ଯାତ୍ରା କରୁଥିଲେ। ତେବେ ଦୁର୍ଘଟଣାରେ କୌଣସି ଯାତ୍ରୀ ଆହତ ହୋଇ ନାହାନ୍ତି କିମ୍ବା ବିମାନର କୌଣସି କ୍ଷତି ହୋଇନାହିଁ।

ପୋଲାର ଏୟାରଲାଇନ୍ସ, ଫେଡେରାଲ ଟ୍ରାନ୍ସପୋର୍ଟ ଏଜେନ୍ସିଙ୍କୁ  ଘଟଣାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛି। ତେବେ ବିମାନର କ୍ରୁ ମେମ୍ବେରଙ୍କ ଦ୍ୱାରା ଏପରି ଭୂଲ ହୋଇଛି ବୋଲି ଅଭିଯୋଗ ହୋଇଛି।

Share