ଲଗାଣ ବର୍ଷାରେ ଭୁଶୁଡ଼ିଲା ପୋଡ଼ାଖୋଲ ପୋଲ

ଭବାନୀପାଟଣା,୧୪।୮(ସ୍ବ.ପ୍ର.): ଲଘୁଚାପ ପ୍ରଭାବରେ କଳାହାଣ୍ଡି ଜିଲାରେ ଗତ ୨ ଦିନ ହେଲା ଲଗାଣ ବର୍ଷା ଜାରି ରହିଛି। ଏପରିସ୍ଥିତିରେ ଜିଲାର ଜୟପାଟଣା ବ୍ଲକ ପିପଲଗୁଡ଼ା ଛକରୁ ବରଗଡ଼-ବୋରିଗୁମ୍ମା ୨୬ ନମ୍ବର ଜାତୀୟ ରାଜପଥ ସହ ଆମପାଣିକୁ ସଂଯୋଗ କରୁଥିବା ପୋଡାଖୋଲ ପୋଲ ରବିବାର ଭୁଶୁଡ଼ି ପଡିଛି। ଫଳରେ ଉକ୍ତ ଯାତାୟାତ ବନ୍ଦ ହୋଇଯାଇଛି। ମିଳିଥିବା ସୂଚନା ମୁତାବକ, ପୋଲ ଭୁଶୁଡ଼ିବାର ମାତ୍ର କିଛି ସମୟ ପୂର୍ବରୁ ଏକ କାର ଅତିକ୍ରମ କରିଥିବା କିଛି ପ୍ରତ୍ୟକ୍ଷ ଦର୍ଶୀ କହିଛନ୍ତି। ଫଳରେ ଏକ ଦୁର୍ଘଟଣାରୁ କାରରେ ଥିବା ଲୋକ ବର୍ତ୍ତିଯାଇଥିବା ଚର୍ଚ୍ଚା ହେଉଛି।

Share