ପରୀ ହତ୍ୟା ଘଟଣା: ଯଦୁପୁରର ୩ ଜଣଙ୍କୁ ଉଠାଇ ନେଲା ପୋଲିସ

ନୟାଗଡ଼ ଅଫିସ,୧୯।୧୨: ନୟାଗଡ଼ ସଦର ଥାନା ଅଧୀନ ଯଦୁପୁରର ଶିଶୁକନ୍ୟା ପରୀ ହତ୍ୟା ଘଟଣାରେ ଯଦୁପୁର ଗାଁର ୩ଜଣଙ୍କୁ ଉଠାଇ ନେଇଛି ଏସ୍‌ଆଇଟି। ଯଦୁପୁର ଗାଁର ସରୋଜ ସେଠୀ, ତାଙ୍କ ମା’ ଓ ବଡଭଉଣୀ ପ୍ରମୁଖ ୩ଜଣଙ୍କୁ ଏସ୍‌ଆଇଟି ପଚରାଉଚରା ଜାରି ରଖିଥିବା ଶନିବାର ସୂଚନା ମିଳିଛି। ତେବେ ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା ହତ୍ୟାକାରୀ ଭାବେ ଫସାଇ ଦେବାକୁ ଉଦ୍ୟମ କରୁଥିବା ସରୋଜ ଅଭିଯୋଗ କରିଥିଲେ। ତାଙ୍କୁ ଏସ୍‌ଆଇଟି ବାରମ୍ବାର ଜେରା କରି ବିଭିନ୍ନ ଧମକଚମକ ସହ ଲୋଭ ଦେଖାଉଥିବା ସେ କହିଥିଲେ।

Share