Categories: ଖେଳ

ରେସ୍‌ଲରଙ୍କ ପ୍ରତି ପୋଲିସର କାର୍ଯ୍ୟାନୁଷ୍ଠାନ ହୃଦୟ ବିଦାରକ: ଅଭିନବ ବିନ୍ଦ୍ରା

ନୂଆଦିଲ୍ଲୀ,୨୯ା୫: ସଂସଦ ଭବନ ଉଦ୍‌ଘାଟନ ସମୟରେ ରେସ୍‌ଲରଙ୍କ ପ୍ରତି ଦିଲ୍ଲୀ ପୋଲିସର କାର୍ଯ୍ୟନୁଷ୍ଠାନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା ଶୁଟର ଅଭିନବ ବିନ୍ଦ୍ରା। ପୋଲିସ ଓ ରେସଲରଙ୍କ ମଧ୍ୟରେ ଘଟିଥିବା ଘଟଣା ହୃଦୟ ବିଦାରକ ବୋଲି କହିଛନ୍ତି। ଏହାର ଭିଡିଓ ଦେଖିବା ପରେ ସେ ରାତିରେ ଶୋଇ ପାରି ନ ଥିବା ବିନ୍ଦ୍ରା କହିଛନ୍ତି

ଅଲିମ୍ପିକ୍ସ ପଦକ ବିଜେତା ଆଥ୍‌ଲେଟମାନଙ୍କୁ ପୋଲିସ ଯେଉଁଭଳି ବ୍ୟବହାର କଲା ତାହା ଅତ୍ୟନ୍ତ ନିନ୍ଦାଜନକ। ଯୌନ ଶୋଷଣ ମାମଲାରେ ରେସଲିଂ ଫେଡେରେଶନ ମୁଖ୍ୟ ବ୍ରିଜ୍‌ଭୂଷଣ ଶରଣ ସିଂଙ୍କ ଗିରଫ ଦାବିରେ ମହିଳା ମହାପଞ୍ଚାୟତ ସହିତ ରେସ୍‌ଲରମାନେ ରବିବାର ବାରିକେଡ୍‌ ଭାଙ୍ଗି ନୂତନ ସଂସଦ ଭବନ ଆଡ଼କୁ ଯିବା ପ୍ରୟାସ କରୁଥିବା ବେଳେ ପୋଲିସ ବଳ ପ୍ରୟୋଗ କରି ସେମାନଙ୍କୁ ହଟାଇବା ସହିତ ଥାନାରେ ଅଟକ ରଖିଥିଲା।

Share