Categories: ଜାତୀୟ

ଆକ୍ସନ ମୁଡରେ ମୁଖ୍ୟମନ୍ତ୍ରୀ ଯୋଗୀ, ୟୁପିରେ ଏବେ ପର୍ଯ୍ୟନ୍ତ ୨୨୫ ଗିରଫ, ୯ ଜିଲାରେ ୧୩ ଏଫଆଇଆର

ଲକ୍ଷ୍ନୌ,୧୨ ।୬: ଶୁକ୍ରବାରର ନମାଜ ପରେ ଉତ୍ତର ପ୍ରଦେଶ ସମେତ ଦେଶର ୩ ରାଜ୍ୟରେ ହିଂସା ବ୍ୟାପିବାରେ ଲାଗିଛି । ଏହାକୁ ଦେଖି ସରକାର ଆଲର୍ଟ ହୋଇ ଯାଇଛନ୍ତି । ହିଂସାର ଦ୍ୱିତୀୟ ଦିନ ଅର୍ଥାତ୍ ଶନିବାର ପୋଲିସ-ପ୍ରଶାସନ ମିଶି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଉତ୍ତର ପ୍ରଦେଶର ୯ ଜିଲାରେ ୧୩ଟି ଏଫଆଇଆର୍ ଦିଆଯାଇଛି । ସେହିପରି ୨୨୫ ଅଭିଯୁକ୍ତଙ୍କୁ ଗିରଫ ବି କରାଯାଇଛି । ସେହିପରି ପଶ୍ଚିମବଙ୍ଗର ହାୱଡା ହିଂସାରେ ୫୩ ଅଭିଯୁକ୍ତଙ୍କୁ ୧୪ ଦିନ ପାଇଁ ଜେଲ ପଠାଇ ଦିଆଯାଇଛି । ମୁର୍ସିଦାବାଦ ହିଂସାକୁ ନେଇ ପୋଲିସ ଆଲର୍ଟ ରହିଛି । ଏପଟେ ଝାଡ଼ଖଣ୍ଡରେ ବି ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଯଦି କେହି ରାଲି ବାହାର କରନ୍ତି ତେବେ ସେମାନଙ୍କୁ ଗରିଫ କରାଯିବ ବୋଲି କୁହାଯାଇଛି ।

Share