Categories: ଜାତୀୟ

କୃଷକ ଆନ୍ଦୋଳନ: ସଂସଦ ଭବନର ସଡ଼କରୁ ଆକାଶପଥ ସବୁଠି କଡା ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ,୨୦ ।୭:କୃଷକ ଆନ୍ଦୋଳନ ଓ ଆତଙ୍କବାଦୀ ଆକ୍ରମଣକୁ ଦୃଷ୍ଟିରେ ରଖି ସଂସଦ ଭବନର ସଡକ ପଥରୁ ଆକାଣ ମାର୍ଗ ପର୍ଯ୍ୟନ୍ତ ସବୁଠି କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏହାସହ ନୂଆଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ରହିଛି ଯେ କୌଣସି ପରିସ୍ଥିତିରେ ଯେପରି ରାଜଧାନୀ ଭିତରକୁ କୌଣସି ଟ୍ରାକ୍ଟର ନ ଆସେ । ତେଣୁ ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଦିଲ୍ଲୀ ପୋଲିସ ସଂସଦ ଭବନ ନିକଟରେ କଡା ନଜର ରଖିଛି । ସୂଚନାଯୋଗ୍ୟ, ମଙ୍ଗଳବାର କୃଷକମାନେ ସଂସଦ ଘେରାଉ କରିବା କଥା କହିଥିଲେ । ଦିଲ୍ଲୀ ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ମୌସୁମୀ ଅଧିବେଶନ ସମୟରେ କୃଷକ ଆନ୍ଦୋଳନ ପୂର୍ବରୁ ପୋଲିସ ସମସ୍ତ ପ୍ରକାର ବ୍ୟବସ୍ଥା କରି ସାରିଛି । ତେବେ ପ୍ରସ୍ତାବିତ ପ୍ରଦର୍ଶନକୁ ଏଡାଇବା ପାଇଁ ରବିବାର କୃଷକ ସଙ୍ଗଠନ ସହ ଦିଲ୍ଲୀ ପୋଲିସର କଥାବାର୍ତ୍ତା ବିଫଳ ହୋଇଛି ।

Share